ମାଛ ବ୍ୟବସାୟୀ ନିଖୋଜ

ବ୍ରହ୍ମପୁର ଅଫିସ,୬ା୧୦-ସହରର ଜଣେ ଜଣାଶୁଣା ମାଛ ବ୍ୟବସାୟୀ ଅମର ସାହୁ ଶୁକ୍ରବାର ଅପରାହ୍ନରୁ ନିଖୋଜ ହୋଇଯାଇଛନ୍ତି। ଏହାକୁ ନେଇ ଏବେ ମାଛ ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ମନରେ ନାନା କଳ୍ପନାଜଳ୍ପନା ଲାଗି ରହିଛ। ତାଙ୍କ ଝିଅ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ଅମରଙ୍କ କୌଣସି ଅନ୍ୟ ବ୍ୟବସାୟୀଙ୍କ ମଧ୍ୟରେ ତିକ୍ତତା ଅଛି କି ନାହିଁ ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ବୈଦ୍ୟନାଥପୁର ପୋଲିସ ଏନେଇ ୫୨/୧୯ ରେ ଏକ ମିସିଂ ରିପୋର୍ଟ ରୁଜୁ କରିଛି।
ପ୍ରକାଶ ଯେ, ବ୍ୟବସାୟୀ ଅମର କମାପଲ୍ଲୀ ନିକଟସ୍ଥ ମର୍ଦ୍ଦରାଜ ଭେଣ୍ଡିଂ ଜୋନରେ ମାଛ ବ୍ୟବସାୟ କରୁଥିଲେ। ଶୁକ୍ରବାର ଅପରାହ୍ନରେ ସେ ଖାଇସାରିବା ପରେ କୌଣସି କାମରେ ଘରୁ ବାହାରି ଯାଇଥିଲେ। ସଧ୍ୟା ସୁଦ୍ଧା ଘରକୁ ଫେରି ନ ଥିଲେ। ଏଣୁ ପରିବାର ଲୋକେ ବହୁ ଖୋଜା ଖୋଜି କରି ନିରାଶ ହୋଇଥିଲେ। ଅମରଙ୍କ ମୋବାଇଲ ଫୋନ ବନ୍ଦ ଥିବାରୁ ପରିବାର ଲୋକେ ଭୟଭୀତ ରହିଛନ୍ତି।