Categories: ଜାତୀୟ

ମାଛିଲ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ସେନା ଯବାନ ଶହୀଦ୍‌

ଶ୍ରୀନଗର,୨୭।୭: ଉତ୍ତର କଶ୍ମୀର କୁପଓ୍ବାରା ଜିଲାରେ ଶନିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ଭାରତୀୟ ସେନା ଯବାନଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଆର୍‌ଆର୍‌-୫୭ର ଲାନ୍ସ ନାୟକ୍‌ ରାଜେନ୍ଦ୍ର ସିଂ। ରାଜେନ୍ଦ୍ରଙ୍କ ଦେହରେ ଗୁଳି ଲାଗିବାରୁ ତାଙ୍କୁ ସ୍ଥାନୀୟ ସେନା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ନିୟନ୍ତ୍ରଣ ରେଖାଠାରେ ଥିବା ମାଛିଲ ସେକ୍ଟରରେ ପାକିସ୍ତାନର ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟ ଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟାର ସେଲିଂ ମାଡ଼ କରାଯାଇଥିଲା। ଏହାର ଜବାବ୍‌ରେ ଭାରତୀୟ ପୋଷ୍ଟଗୁଡ଼ିକରୁ ମଧ୍ୟ ଗୁଳିଗୋଳା କରାଯାଇଥିବା କୁହାଯାଉଛି।

Share