Posted inଫୁରସତ

ମାଛବନ୍ୟା

କଥାଟା ଶୁଣିବାକୁ ବିଚିତ୍ର ଲାଗୁଥାଇପାରେ। ଉପର ମୁଣ୍ଡରେ ବର୍ଷାହେଲେ ନଦୀନାଳରେ ପାଣିପଶେ। ତାହାର ପ୍ରଭାବରେ ବନ୍ୟା ସୃଷ୍ଟିହୁଏ। ବେଳେବେଳେ ସେହି ବନ୍ୟା ପ୍ରଳୟର ରୂପ ଧାରଣ କରେ। ତେବେ ମାଛରେ କେମିତି ବନ୍ୟା ଆସିବ। ହଁ ବେଳେବେଳେ ଆକାଶରୁ ମାଛବର୍ଷା ହୁଏ। ତେବେ ମାଛରେ ବନ୍ୟା ହେବ କେମିତି? ପ୍ରସଙ୍ଗଟି ବିସ୍ମୟକର ମନେହେଉଥିଲେ ବି ସତ୍ୟ। ଏମିତି ଏକ ଘଟଣା ଘଟିଛି ଆମେରିକାର ସାଇନ୍‌କକ୍‌ କେନାଲରେ। ହଠାତ ରାତି ପାହିବା ବେଳକୁ କେନାଲ ଭର୍ତ୍ତି ମାଛ। ଏତେ ମାଛ ଯେ କେନାଲର ପାଣି ଗାଏବ ହୋଇ ଯାଇଥିଲା। କେବଳ ମାଛ ଆଉ ମାଛ। ଶହଶହ ଟନ୍‌ର ମାଛ। ଅବଶ୍ୟ ସେ ସବୁ ଥିଲେ ମଲାମାଛ। ଏହି ଘଟଣା ସେହି ଖଣ୍ଡମଣ୍ଡଳରେ ହୋହଲ୍ଲା ଖେଳେଇ ଦେଇଥିଲା। କାରଣ କାହାରିକୁ କିଛି ଜଣା ନ ଥିଲା। ବିଶେଷଜ୍ଞମାନେ ମତ ଦେଇଥିଲେ ଯେ, ହୁଏତ କୌଣସି କାରଣରୁ ମାଛସବୁ ଏକତ୍ରିତ ହୋଇ କେନାଲ୍‌କୁ ଉଠି ଆସିଛନ୍ତି। ଆଉ ଆସିବା ପରେ ଫେରିନାହାନ୍ତି। କେନାଲ ଜଳରେ ଥିବା ଅମ୍ଳଜାନକୁ ସେମାନେ ପ୍ରଶ୍ୱାସରେ ନେଇ ଶେଷ କରିଦେଇଛନ୍ତି। ଆଉ ଅମ୍ଳଜାନ ଅଭାବରୁ ମାଛଗୁଡ଼ିକର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri