ମାଙ୍କଡ଼ ଉତ୍ପାତ, ୧୨ରୁ ଊର୍ଦ୍ଧ୍ୱ ଆହତ

ବସ୍ତା, ୧୭।୭(ସ୍ବ.ପ୍ର.)-ବସ୍ତା ଥାନା କୁଳିଦା ପଞ୍ଚାୟତରେ ଗତ ୧୫ଦିନ ହେଲା ମାଙ୍କଡ଼ଙ୍କ ଉପଦ୍ରବ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୫୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ ଏହି ପଞ୍ଚାୟତର ତେନ୍ତୁଳିଆ, କୁଳିଦା, ଆଗ୍ରଡ଼ା ଆଦି ଗ୍ରାମରେ ଉପତ୍ାତ କରିବା ସହିତ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଗୋଡ଼ାଇ କାମୁଡ଼ିବା ଯୋଗୁ ୧୨ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଆହତମାନେ ହେଲେ ତେନ୍ତୁଳିଆ ଗ୍ରାମର କମଳା ବେହେରା, ଶୁଭଲକ୍ଷ୍ମୀ ବେଜ, ମିତୁ ବେହେରା, ସୁବ୍ରତ ବେଜ୍‌, ରଶ୍ମିତା ବେହେରା, ଇନ୍ଦମଣି ବେହେରା, କବିତା ହାତୀ, କୁଳିଦା ଗ୍ରାମର ବିଜୟ କୁମାର ଗିରି, ସବିତା ଗିରି, ବିନୟ ସାମଲ ଏବଂ ଆଗ୍ରଡ଼ା ଗ୍ରାମର ବୈଜୟନ୍ତୀ ନାୟକ। ମାଙ୍କଡମାନେ ବାଡ଼ି ବଗିଚାରେ ଗଛପତ୍ର ନଷ୍ଟ କରିବା ସହିତ ବିଲରେ କାମ କରୁଥବା ଲୋକ, ସ୍କୁଲକୁ ଯାଉଥିବା ଛାତ୍ରୀଛାତ୍ରମାନଙ୍କୁ କାମୁଡ଼ିବା ପାଇଁ ଗୋଡ଼ାଉଥିବା ଦେଖିବାକୁ ମିଳିଛି ା ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଆହତମାନେ ସ୍ଥାନୀୟ ଓ ବସ୍ତା ଡାକ୍ତରଖାନରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ମାଙ୍କଡ଼ମାନେ ରାସ୍ତାରେ ଉପଦ୍ରବ ଚଳାଉଥିବାରୁ ବାଇକ୍‌ ଆରୋହୀମାନେ ନିଶ୍ଚିତ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କୁ କାବୁ କରିବା ନେଇ ଗ୍ରାମବାସୀ ଅମର୍ଦ୍ଦାରୋଡ଼ ନିକଟବର୍ତ୍ତୀ ଫରେଷ୍ଟ କାଯର୍‌ୟାଳୟରେ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ।