Categories: ଜାତୀୟ

ମାଓବାଦୀଙ୍କ ଟାର୍ଗେଟ୍‌ରେ ସୁରକ୍ଷାକର୍ମୀ: ଆଇଇଡି ବିସ୍ପୋରଣରେ ୧୫ କୋବ୍ରା ଯବାନ ଆହତ

ରାଞ୍ଚି, ୨୮।୫: ଝାଡ଼ଖଣ୍ଡରେ ମାଓବାଦୀ କୋବ୍ରା ବାଟାଲିୟନ ଏବଂ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ମଙ୍ଗଳବାର ସ୍ଥାନୀୟ ସରାୟକେଲାର କୁଚାଇ ଅଞ୍ଚଳରେ ୨୦୯ କୋବ୍ରା ବାଟାଲିୟନ ଏବଂ ପୋଲିସ କର୍ମଚାରୀଙ୍କ ଏକ ଦଳ ଉପରେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି। ସ୍ପେଶାଲ ଅପରେଶନରେ ନିୟୋଜିତ ଥିବା ମିଳିତ ସୁରକ୍ଷାକର୍ମୀଙ୍କ ଦଳକୁ ଲକ୍ଷ୍ୟ ରଖି ମାଓବାଦୀ ଏଭଳି କାଣ୍ଡ ଭିଆଇଛନ୍ତି। ଏଥିରେ ୧୫ ଯବାନ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସକାଳ ୬ଟା ୫୦ରେ ଆହତ ଯବାନଙ୍କୁ ଏୟାର ଲିଫ୍ଟ କରାଯାଇଥିବା କୁହାଯାଉଛି।

Share