Categories: ଖେଳ

ମାଉଣ୍ଟ ଏଲବୃଶ୍‌ ଆରୋହଣ ଅଭିମୁଖେ ଲିପିକା

ଭୁବନେଶ୍ୱର, ୨।୧୦(କ୍ରୀଡ଼ା ପ୍ରତିନିଧି)-ବରଗଡ଼ର ପର୍ବତାରୋହୀ ଲିପିକା ସେଠ୍‌ ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃଶ୍‌ (୫,୬୪୨ ମିଟର/୧୮, ୫୧୦ ଫୁଟ) ଆରୋହଣ ଅଭିଯାନରେ ବାହାରିଛନ୍ତି। ସେ ସାଥୀ ପର୍ବତାରୋହୀଙ୍କ ସହ ନିଜର ସମସ୍ତ ଔପଚାରିକତା ପୂରଣ କରି ବେସ୍‌ କ୍ୟାମ୍ପ(୩,୮୦୦ ମିଟର)ରେ ପହଞ୍ଚତ୍ଛନ୍ତି। ଲିପିକାଙ୍କର ଏଲବୃଶ ଆରୋହଣ ୧୦ ଦିନଧରି ଚାଲିବ। ଲିପିକାଙ୍କ ଗାଇଡ୍‌ଙ୍କ କହିବା ଅନୁସାରେ ବର୍ତ୍ତମାନ ପାଗ ଭଲ ଅଛି। ତେଣୁ ଦଳ ୩ କିମ୍ବା ୪ ମଧ୍ୟରାତ୍ରରେ ଏଲବୃଶ ଆରୋହଣରେ ବାହାରିବ। ଏହି ଅଭିଯାନ ପାଇଁ ଲିପିକାଙ୍କୁ ବରଗଡ଼ ଜିଲାର ବିକାଶ ଇନ୍‌ଷ୍ଟିଚ୍ୟୁଟ ୫୦,୦୦୦ଟଙ୍କାର ଆର୍ଥିକ ସାହାଯ୍ୟ କରିଥିବାବେଳେ ଏସିଆ ପାସିଫିକ୍‌ ହାବିଟାଟ ସୋସାଇଟି(ଏପିଏଚ୍‌ଏସ୍‌)ର ସେକ୍ରେଟାରି ଜେନେରାଲ ଡ. ଓ୍ବିଲିୟମ ହେନେଜ ଅଭିଯାନର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଲିପିକା ରାଜ୍ୟର ଜଣେ ଉଦୀୟମାନ ପର୍ବତାରୋହୀ। ସେ ପୂର୍ବରୁ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ କିଲିମାଞ୍ଜାରୋ(୫,୮୯୫) କୁ ସଫଳତାର ସହ ଆରୋହଣ କରି ସାରିଛନ୍ତି।

Share