ମହୋତ୍ସବ ଦ୍ୱିତୀୟ ଦିବସ ଚିଲିକାରେ ଭାସିଲା ସାଧବ ପୁଅଙ୍କ ବୋଇତ

ବାଲୁଗାଁ,୧୩ା୧୧(ଡି.ଏନ.ଏ.): ଚିଲିକାର ଐତିହ୍ୟ ଓ ନୌବାଣିଜ୍ୟ ପରମ୍ପରା ଉଜ୍ଜୀବିତ ଉଦ୍ଦେଶ୍ୟରେ ମଙ୍ଗଳବାର ବାଲୁଗାଁ ଚିଲିକା ତଟଦେଶରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ା ପ୍ରତ୍ୟୁଷରୁ ଚିଲିକା ବିଧାୟକ ତଥା କମିଟି ସଭାପତି ପ୍ରଶାନ୍ତ କୁମାର ଜଗଦ୍ଦେବ, ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ରହି କଥାକଥିତ ସାଧବପୁଅ ବୋହୂଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ବନ୍ଦାପନା ପରେ ଚିଲିକା ତଟରେ ଅପେକ୍ଷାରତ ସୁସଜ୍ଜିତ ବୋଇତରେ ସାଧବ ପୁଅମାନେ ବିରାଜମାନ କରିଥିଲେ। ଉପସ୍ଥିତ ହଜାର ହଜାର ମହିଳାଙ୍କ ହୁଳହୁଳି ଧ୍ୱନି ସହ ବୋଇତଟି ଚିଲିକା ମଧ୍ୟସ୍ଥ କାଳିଜାଈ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ମହୋତ୍ସବର ଦ୍ୱିତୀୟ ଦିବସରେ ଦିନତମାମ ସ୍ଥାନୀୟ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଗ୍ରୁପ୍‌ ଡ଼୍ୟାନ୍ସ, ସାଂସ୍କୃତିକ କାର୍ଯ୍ୟକ୍ରମ, ପତଞ୍ଜଳୀ ଯୋଗ ସମିତି ବାଲୁଗାଁ ପକ୍ଷରୁ ଯୋଗ ପ୍ରଦର୍ଶନ ଓ କବିତା ପାଠୋତ୍ସବ ଜାରି ରହିଥିଲା ା ସନ୍ଧ୍ୟାରେ ଚିଲିକା ବିଧାୟକ ଜଗଦ୍ଦେବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ପୂର୍ବତନ ଏମ୍‌ପି ଡ. ପ୍ରସନ୍ନ ପାଟଶାଣି, ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଅମରେଶ ପତ୍ରୀ ଓ ସଂଗ୍ରାମ କେଶରୀ ପାଇକରାୟ, ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରମୁଖ ଯୋଗଦେଇ ଚିଲିକାର ଐତିହ୍ୟ ଓ ପରମ୍ପରାକୁ ଦୋହରାଇଥିଲେ ା ସଭା ପରେ ରଙ୍ଗିଲା ଡ଼୍ୟାନ୍ସ ଗ୍ରୁପ୍‌ ଓ ସୁର ଝଙ୍କାର ମେଲୋଡ଼ି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ା