Categories: ଗଞ୍ଜାମ

ମହୁମାଛି ଦଂଶନରେ ନାବାଳକଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୦ା୧୦-ମହୁମାଛି ଦଂଶନରେ ଗୁରୁତର ଥିବା ଜଣେ ନାବାଳକଙ୍କର ଏମ୍‌କେସିଜି ମେଡିକାଲରେ ଶନିବାର ସକାଳେ ମୃତ୍ୟୁ ଘଟିଛି। ମୃତକ କୋରାପୁଟ ଜିଲା ଦାମନଯୋଡି ଥାନା ହାତୀମୁଣ୍ଡାର କେଶରୀ ସାଉଁତାଙ୍କ ପୁଅ ସୁନୀଲ (୧୨)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ ଜବତ କରି ନଂ.୫୫୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପ୍ରକାଶଯେ, ଗତ ୧୬ ତାରିଖ ସନ୍ଧ୍ୟାରେ ସୁନୀଲ ଓ ତାଙ୍କର କେତେକ ସାଙ୍ଗ ଗଁ। ମୁଣ୍ଡରେ ଖେଳୁଥିବା ବେଳେ ତାଙ୍କୁ ମହୁମାଛି ଦଂଶନ ଦେଇଥିଲା। ସେ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସୁନୀଲଙ୍କ ମୃତ୍ୟୁ ଘଟିଥିଲା।