Posted inଖେଳ

ମହିଳା ବିବିଏଲ: ପଡ଼ିଆରେ ମହିଳା କ୍ରିକେଟରଙ୍କୁ ବିବାହ ନିବେଦନ

ଆଡିଲେଡ୍‌,୨୦।୧୦- ଚଳିତ ମହିଳା ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ ଶନିବାର ମେଲବୋର୍ନ ରେନେଗାଡେସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ ଜିତିବା ପରେ ଆଡିଲେଡ୍‌ ଷ୍ଟ୍ରାଇକର୍ସ ଲେଗ୍‌ ସ୍ପିନର ଆମାଣ୍ଡା ଜାଡେ ଓ୍ବେଲିଂଟନ ଦଳୀୟ ଖେଳାଳିଙ୍କ ସହ ଫଟୋ ନେଉଥିବାବେଳେ ତାଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଉପହାର ମିଳିଥିଲା। ୨୩ ବର୍ଷୀୟ ପୁରୁଷ ବନ୍ଧୁ ଟେଲର ମ୍ୟାକକେଚନି ପଡ଼ିଆରେ ଆଣ୍ଠେଇ ଆମାଣ୍ଡାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ପ୍ରାୟ ବଲ ଭଳି ଦେଖାଯାଉଥିବା ରିଙ୍ଗ୍‌ ପିନ୍ଧାଇଥିଲେ। ଆମେ ପଡ଼ିଆରେ ଟିମ ଫଟୋ ନେଉଥିବାବେଳେ ମୁଁ ତାଙ୍କୁ ପଡ଼ିଆରେ ଦେଖିଲି। ମୁଁ ଜାଣି ନ ଥିଲି କ’ଣ ଘଟୁଛି। କିନ୍ତୁ ମୁଁ ଏବେ ବହୁତ ଖୁସି ବୋଲି ୨୨ ବର୍ଷୀୟା ଆମାଣ୍ଡା କହିଛନ୍ତି। ସେ ୨୦୧୬ରେ ଅଷ୍ଟ୍ରେଲିଆ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ। ଏପର୍ଯ୍ୟନ୍ତ ୮ ଟି୨୦, ୧୨ ଦିନିକିଆ ଓ ଗୋଟିଏ ଟେଷ୍ଟ ଖେଳିସାରିଛନ୍ତି। ମେଲବୋର୍ନ ରେନେଗାଡେସ ବିପକ୍ଷ ମ୍ୟାଚ୍‌ରେ ସେ ୪ ଓଭର ବୋଲିଂ କରି ୨୮ ରନ୍‌ ଦେଇ ଉଇକେଟ ଶୂନ୍ୟ ରହିଥିଲେ। ଆଡିଲେଡ୍‌ ଦଳ ୬ ଉଇକେଟରେ ମ୍ୟାଚ୍‌ ଜିତି ନେଇଥିଲା। ବିଜୟୀ ଦଳ ପାଇଁ ସୋଫି ଡେଭିନ ୭୨ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଚମତ୍କାର: ନେପାଳ ବନ୍ୟାର ୯ ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୨ ବ୍ୟକ୍ତି, ଏବେ ବି ଶୁଣାଯାଉଛି ଆହୁରି ସ୍ବର

କାଠମାଣ୍ଡୁ,୪।୯: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

ଭଉଣୀଙ୍କ ବଢୁଥିଲା ଫଲୋଅର୍ସ, ସହି ନ ପାରି ଭାଇ ନେଲେ ଚରମ ପଦକ୍ଷେପ

ଇସଲାମାବାଦ୍‌,୪।୯: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୧୮ ବର୍ଷର ଝିଅ ନିଜ ସୋସିଆଲ ମିଡିଆ ଲୋକପ୍ରିୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ନିଜ ସାନ ଭଉଣୀକୁ…

ହାଇୱେରେ ଅପରିଷ୍କାର ଟଏଲେଟ୍‌ ଦେଖିଲେ ଉଠାନ୍ତୁ ଫଟୋ, ମିଳିବ ୧,୦୦୦ ଟଙ୍କାର FASTag ରିଚାର୍ଜ, ଜାଣନ୍ତୁ NHAIର ନିୟମ

ନୂଆଦିଲ୍ଲୀ,୪।୯: ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯାତ୍ରା ସମୟରେ ଖରାପ ପବ୍ଲିକ ଟଏଲେଟ୍‌କୁ ନେଇ ଯାତ୍ରୀମାନେ ପ୍ରାୟତଃ ଅସୁବିଧାରେ ପଡ଼ନ୍ତି। ଟଏଲେଟ୍‌ ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ…

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri