ମହିଳା ପୋଲିସଙ୍କୁ ମିଳୁଛି କର୍ମକ୍ଷେତ୍ରରେ ନିର୍ଯାତନା

କଟକ ଅଫିସ, ୭ା୩: କଟକସ୍ଥିତ ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ ପରିସରରେ ରାଜ୍ୟସ୍ତରୀୟ ମହିଳା ପୋଲିସ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ଦେଶରେ ପ୍ରଥମ ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଉଛି। ଏହି ସମ୍ମିଳନୀରେ ଭାଗ ନେଇଥିବା ମହିଳା ପୋଲିସ ଅଧିକାରୀ ଏବଂ କର୍ମଚାରୀମାନେ ସେମାନଙ୍କୁ କେମିତି କାର୍ଯ୍ୟକ୍ଷେତ୍ରରେ ନିର୍ଯାତନାର ଶିକାର ହେବାକୁ ପଡୁଛି, ସେନେଇ କ୍ଷୋଭ ପ୍ରକାଶ କରିଥିଲେ। ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନି କିମ୍ବା ଠିକ୍‌ ଭାବେ ତଦନ୍ତ କରାଯାଉନି। ସେହିଭଳି ପଦୋନ୍ନତିରେ ଅବହେଳା ଏବଂ ଲିଙ୍ଗଗତ ଭେଦଭାବର ଶିକାର ହେଉଥିବା ନେଇ ମହିଳା ପୋଲିସ ଅଧିକାରୀମାନେ ସେମାନଙ୍କ ଅନୁଭୂତି ରଖିଥିଲେ।

ଏହି ସମ୍ମିଳନୀରେ ୪ଜଣ ମହିଳା ଆଇପିଏସ୍‌, ଜଣେ ଏସ୍‌ପି, ୧୨ଜଣ ଡିଏସ୍‌ପି, ୧୨ଜଣ ଭାରପ୍ରାପ୍ତ ଡିଏସ୍‌ପି, ୨୯ଜଣ ଇନ୍ସପେକ୍ଟର, ୧୭ଜଣ ସବ୍‌-ଇନ୍ସପେକ୍ଟର, ୮ଜଣ ଏଏସ୍‌ଆଇ, ୨ଜଣ ହାବିଲଦାର, ୩ଜଣ ଲାନ୍ସ ନାଏକ ଏବଂ ୪୮ଜଣ କନଷ୍ଟେବଳ ଅଂଶଗ୍ରହଣ କରିଥିଲେ। ଏମାନଙ୍କୁ ୪ଟି ଟିମ୍‌ରେ ଭାଗ କରାଯାଇଥିଲା। ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍‌ଙ୍କ ଦ୍ୱାରା ପରିଚାଳିତ ଟିମ୍‌ରେ ମହିଳା ପୋଲିସଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ବାଧକ ନେଇ ଆଲୋଚନା ହୋଇଥିଲା। ସେହିପରି ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କ ଦ୍ୱାରା ପରିଚାଳିତ ଟିମ୍‌ରେ କର୍ମକ୍ଷେତ୍ରରେ ଯୌନ ଉପତ୍ୀଡନ, ଗଜପତି ଏସ୍‌ପି ସାରା ଶର୍ମାଙ୍କ ଦ୍ୱାରା ପରିଚାଳିତ ଟିମ୍‌ରେ ୟୁନିଫର୍ମ ଏବଂ ଅନ୍ୟାନ୍ୟ ସାମଗ୍ରୀ, କଟକ ଭିଜିଲାନ୍ସ ଏସ୍‌ପି ଅଶ୍ୱିନୀ କୁମାରୀ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଟିମ୍‌ରେ ମହିଳା କ୍ରୀଡା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଭାଗନେଇଥିବା ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପରୋକ୍ତ ବିଷୟ ଉପରେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ଅଧିକାରୀମାନେ ମହିଳା ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ଅଣଦେଖା କରାଯିବା, ଅଧିକ ପଦବୀରେ ମହିଳାଙ୍କୁ ନିଯୁକ୍ତି, ପ୍ରସବ ଓ ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ସହ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ। ମାସିକ ଋତୁସ୍ରାବ ପାଇଁ ମାସକୁ ଗୋଟିଏ ଦିନ ଛୁଟି, ଗର୍ଭାବସ୍ଥା ଏବଂ ଶିଶୁ ଯତ୍ନ ପାଇଁ ଛୁଟି ପ୍ରଦାନରେ କୋହଳ, ସୁରକ୍ଷିତ ପରିବେଶ ଏବଂ ମହିଳା କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ୟୁନିଫର୍ମ ଡିଜାଇନ୍‌ ପାଇଁ ପ୍ରସ୍ତାବ ଦେଇଥିଲେ।
ଏଥିରେ ମୁଖ୍ୟଅତିଥି ଭାବେ ଡିଜିପି ଅଭୟ ଯୋଗଦେଇ କହିଥିଲେ, ମହିଳା ଥାନାକୁ ଛାଡି ରାଜ୍ୟରେ ୧୦୨ଟି ଥାନାର ଆଇଆଇସି ହେଉଛନ୍ତି ମହିଳା। ମୋଟ୍‌ ଥାନାର ୨୦ପ୍ରତିଶତ ଏମାନେ ନେତୃତ୍ୱ ନେଉଛନ୍ତି। ଦେଶରେ ଏହା ସର୍ବାଧିକ। ଆଗାମୀ ଦିନରେ ଏହାକୁ ୫୦ ପ୍ରତିଶତରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ମହିଳା ପୋଲିସ ଅଧିକାରୀଙ୍କ ପାଇଁ ଅଧିକ ସଂଖ୍ୟକ ମୋବାଇଲ୍‌ ଶୌଚାଳୟ, ସ୍ବତନ୍ତ୍ର ୟୁନିଫର୍ମ, ଲିଙ୍ଗଗତ ଭେଦଭାବ ରୋକିବା, ଗର୍ଭଧାରଣ ଏବଂ ଶିଶୁ ଯତ୍ନ ପାଇଁ ଛୁଟି ପ୍ରଦାନ ଦିଗରେ କ’ଣ ସବୁ ବ୍ୟବସ୍ଥା କରାଯାଇପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି ଡିଜିପି କହିଥିଲେ। ନିର୍ଯାତନା ମାମଲାଗୁଡିକୁ ଠିକ୍‌ ସମୟରେ ତଦନ୍ତ କରାଯିବା ସହ ପୁରୁଣା ଗାଡିଗୁଡିକୁ ମୋବାଇଲ୍‌ ଶୌଚାଳୟ ଭାବେ ବ୍ୟବହାର କରାଯିବ ବୋଲି ସେ କହିଥିଲେ। ଓଡ଼ିଶାରେ ମହିଳା ପୋଲିସ ଅଧିକାରୀଙ୍କ ସଂଖ୍ୟା ଅଧିକ ଥିବା ଯୋଗୁ ଆଗାମୀ ଦିନରେ ସେମାନେ ଦେଶରେ ପୋଲିସ ବିଭାଗର ନେତୃତ୍ୱ ନେବେ ବୋଲି ଅଭୟ ଆଶା ପ୍ରକାଶ କରିଥିଲେ। ଆଇଜି(ତାଲିମ) ଏସ୍‌. ସାଇନି ଆଲୋଚନାର ବିଷୟ ଏବଂ ପ୍ରସ୍ତାବଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଜି, ଡିଆଇଜି, ଏସ୍‌ପି ଏବଂ କମିଶନରେଟ୍‌ ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଇଜି(ଆଧୁନିକୀକରଣ) ରେଖା ଲୋହାନୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri