ମହିଳା ଖେଳାଳିଙ୍କୁ ପୋଲିସ ବିଭାଗରେ ଅବହେଳା ଅଭିଯୋଗ

ଭୁବନେଶ୍ୱର,  ୨୦।୧୨(ବ୍ୟୁରୋ):ଓ୍ବେଟ୍‌ ଲିଫ୍ଟିଂ ବା ଶକ୍ତି ଉତ୍ତୋଳନରେ ଦକ୍ଷିଣ ଆଫ୍ରିକାରେ ୨୦୧୦-୧୧ରେ ସ୍ବର୍ଣ୍ଣ ବିଜୟିନୀ ଶୁଭସ୍ମିତା ମହାନ୍ତି ରାଜ୍ୟ ପୋଲିସ ବିଭାଗରେ କନ୍‌ଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି। ଭଲ ଖେଳ ପ୍ରଦର୍ଶନ ପାଇଁ ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଚାକିରି ମିଳିଥିଲା। ବତ୍ତର୍ର୍ମାନ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ଶୁଭସ୍ମିତା ଗୁରୁବାର ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଖେଳ କୋଟା ଅନୁଯାୟୀ ଆବଶ୍ୟକ ସୁବିଧା ସୁଯୋଗ ମିଳୁନାହିଁ। ଖେଳ ଅଭ୍ୟାସ କରିବାରେ ସମସ୍ୟା ହେଉଛି। ଏ ନେଇ ପୋଲିସ ବିଭାଗର କ୍ରୀଡା ଅଧିକାରୀଙ୍କୁ ଜଣାଇବାରୁ ସେ ସହଯୋଗ କରିବା ପରିବର୍ତ୍ତେ ତାଙ୍କୁ ଅପମାନିତ କରି ବିଦା କରିଦେଇଥିବା ଶୁଭସ୍ମିତା ଅଭିଯୋଗ ଆଣିଛନ୍ତି।
ମୁତାବକ, ଶୁଭସ୍ମିତାଙ୍କ ଘର କୋରାପୁଟ ଜିଲା ବୈପାରିଗୁଡା ଅଞ୍ଚଳରେ ହୋଇଥିବାରୁ ତାଙ୍କୁ କୋରାପୁଟ ଜିଲାରେ ଚାକିରି ମିଳିଥିଲା। ମାତ୍ର ସେଠାରେ ଶକ୍ତି ଉତ୍ତୋଳନ ପ୍ରଶିକ୍ଷଣ ନେବାର କୌଣସି ସୁବିଧା ନ ଥିବାରୁ ଭୁବନେଶ୍ୱରରେ ରହି ଅଭ୍ୟାସ ଜାରି ରଖିବା ସହ ବିଭିନ୍ନ ରାଜ୍ୟ ଓ ଜାତୀୟ ସ୍ତରୀୟ କ୍ରୀଡା ପାଇଁ ପ୍ରସ୍ତୁତ ରହୁଛନ୍ତି। ଆସନ୍ତା ୨୯ ତାରିଖରେ ବ୍ରହ୍ମପୁରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଅଭ୍ୟାସ ଦରକାର ହେଉଥିବାବେଳେ ଡ୍ୟୁଟିରେ ଯୋଗଦେବାକୁ କୁହାଯାଉଛି। ଏ ନେଇ ପୋଲିସ ମୁଖ୍ୟାଳୟ କ୍ରୀଡା ଅଧିକାରୀ ବିଭୂତି ଭୂଷଣ ମହାରଣାଙ୍କୁ ଜଣାଇଲେ ମଧ୍ୟ ସେ କୌଣସି ଗୁରୁତ୍ୱ ଦେଉନାହାନ୍ତି। ତାଙ୍କୁ ଅପମାନିତ କରାଯିବା ସହ ବରିଷ୍ଠ ଅଧିକାରୀଙ୍କୁ ଦେଖା କରିବାର ସୁଯୋଗ ଦିଆଯାଉ ନାହିଁ। ଉଚିତ ନ୍ୟାୟ ନ ମିଳିଲେ ଖେଳ ପାଇଁ ଚାକିରି ଛାଡିବାକୁ ବାଧ୍ୟ ହେବେ ବୋଲି ଶୁଭସ୍ମିତା କହିଛନ୍ତି।
ସଂକ୍ରାନ୍ତରେ କ୍ରୀଡା ଅଧିକାରୀ ବିଭୂତି ଭୂଷଣଙ୍କୁ ପଚାରିବାରୁ ସେ କହିଲେ, ଏ ନେଇ ମୁଁ କୌଣସି ମତ ଦେବା ଠିକ୍‌ ହେବ ନାହିଁ। ବିଭାଗରେ ସମସ୍ତେ ମୋର ବ୍ୟବହାର ସମ୍ପର୍କରେ ଅବଗତ। ମୁଁ କାହାକୁ ଖରାପ ବ୍ୟବହାର ପ୍ରଦର୍ଶନ କରେ ନାହିଁ। ଅଭିଯୋଗ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ମତାମତ ନେବା ଉଚିତ ହେବ ବୋଲି ସେ କହିଥିଲେ। ଏ ସମ୍ପର୍କରେ ପୋଲିସ ମୁଖ୍ୟାଳୟର ଅତିରିକ୍ତ ଡିଜି ବିନୟତୋଷ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, କ୍ରୀଡାବିତ୍‌ମାନଙ୍କୁ ପୋଲିସ ବିଭାଗରେ ସର୍ବଦା ଅଗ୍ରାଧିକାର ଦିଆଯାଏ। ସ୍ପୋଟର୍‌ସ ପୋଲିସ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଛି। ତେଣୁ ଗ୍ରିଭାନ୍ସରେ ନିଜର ସମସ୍ୟା ଜଣାଇବାରେ କୌଣସି ସମସ୍ୟା ନାହିଁ। ଶୁଭସ୍ମିତାଙ୍କ ଅଭିଯୋଗକୁ ବିଚାର କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri