ମହିଳା ଆଇନଜୀବୀ ଦୀପାଳି ଆତ୍ମହତ୍ୟା ମାମଲା: ଖୋର୍ଦ୍ଧା ଜିଲା ଦୌରାଜଜ୍‌ କୋର୍ଟରେ ପୁରୁଷ ବନ୍ଧୁଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର,୨୯ା୧(ବ୍ୟୁରୋ):ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ଜେନା ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଇଥିବା ପୁରୁଷ ବନ୍ଧୁ ବିକ୍ରମ ମିଶ୍ର ମଙ୍ଗଳବାର ଖୋର୍ଦ୍ଧା ଦୌରାଜଜ୍‌ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ୪ ମାସ ଧରି ଫେରାର ରହିଥିବା ବିକ୍ରମ ନିକଟରେ ହାଇକୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଇଥିଲେ। ହେଲେ ହାଇକୋର୍ଟ ତାଙ୍କୁ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ବିକ୍ରମ ମଙ୍ଗଳବାର ଖୋର୍ଦ୍ଧା ଜିଲା ଦୌରାଜଜ୍‌ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ବିକ୍ରମ କୋର୍ଟରେ ହାଜର ହେବା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରି କି କୋର୍ଟ ନିକଟରେ ତାଙ୍କୁ କେତେଜଣ ବ୍ୟକ୍ତି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୋଲିସ ସେଠାରୁ ତାଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଥିଲା। କୋର୍ଟରେ ବିକ୍ରମଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ୪ ମାସ ଧରି ପୋଲିସ ତାଙ୍କୁ ଖୋଜୁଥିଲେ ମଧ୍ୟ ପାଇ ନ ଥିଲା। ଶେଷରେ ସେ ଏଭଳି ଢଙ୍ଗରେ ଆତ୍ମସମର୍ପଣ କରିଥିଲେ। ତଦନ୍ତରେ ଆବଶ୍ୟକ ହେଲେ ପୋଲିସ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ବୋଲି ପୋଲିସ କହିଛି।
ଏ ନେଇ ଦୀପାଳିଙ୍କ ସାନ ଭଉଣୀ ଇତିଶ୍ରୀ କହିଛନ୍ତି, ମୋ ବଡ଼ ଭଉଣୀଙ୍କ ଯେଭଳି ବନ୍ଧୁ ବିକ୍ରମଙ୍କ ପାଇଁ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ, ତାଙ୍କୁ ଯଦି ଫାସି ଦିଆଯିବ ତେବେ ତାଙ୍କ ଭଉଣୀଙ୍କ ଆତ୍ମା ଶାନ୍ତି ପାଇବ। ବିକ୍ରମ ଦିପାଳୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ଫଳରେ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଥିଲେ। ତେଣୁ ତାଙ୍କୁ ବିରୋଧରେ କୋର୍ଟ କଡା ସଜା ଶୁଣାନ୍ତୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଦୀପାଳି ଲିଙ୍ଗିପୁର ବିଜୟବିହାର ସ୍ଥିତ ପ୍ଲଟ ନଂ.ସି/୩/୨ରେ ଘର ଭଡା ନେଇ ସାନଭଉଣୀ ସହ ରହୁଥିଲେ। ସେ ଭୁବନେଶ୍ୱର ବାରର ସଦସ୍ୟ ହୋଇ ନ ଥିବା ବେଳେ ନିୟମିତ ଭାବେ ଏଠାରେ ପ୍ରାକ୍ଟିସ୍‌ କରୁଥିଲେ। ଦୀପାଳିଙ୍କ ଘର ଭଦ୍ରକରେ ହୋଇଥିବା ବେଳେ ବାଲେଶ୍ୱର ସିମୁଳିଆର ବ୍ୟବସାୟୀ ବିକ୍ରମ କେଶରୀ ମିଶ୍ରଙ୍କ ସହ ପରିଚିତ ହେଇ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏପରି କି ଉଭୟ ବିବାହ କରିବା ପାଇଁ ପରିବାର ଲୋକେ ରାଜି ହୋଇଥିଲେ। ନିକଟରେ ତାଙ୍କର ବିବାହ ହୋଇଥାନ୍ତା। କିନ୍ତୁ ନିୟମିତ ଭାବେ ବିକ୍ରମ ଭୁବନେଶ୍ୱର ଦୀପାଳିଙ୍କ ଘରକୁ ଆସୁଥିଲେ। ୨୦୧୯ ଅକ୍ଟୋବର ୨୦ରେ ବିକ୍ରମ ସନ୍ଧ୍ୟା ୫ଟାରେ ଦୀପାଳି ରହୁଥିବା ଭଡା ଘରେ ପହଞ୍ଚତ୍ଥିଲେ। ଦୀପାଳିଙ୍କ ସାନ ଭଉଣୀ ତାଙ୍କ ସାଙ୍ଗଙ୍କ ସହ ପଳାଇ ଯାଇଥିଲେ। ଘରେ ଦୀପାଳି ଓ ବିକ୍ରମ ରହିଥିଲେ। ହେଲେ ଉଭୟଙ୍କ ମଧ୍ୟରେ କ’ଣ ଘଟିଲା ଦୀପାଳି ଘର ଭିତର ପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ। ରାତି ୧୨ଟାରେ ଘରେ ଦୀପାଳିଙ୍କ ଭଉଣୀ ପହଞ୍ଚତ୍ ଥିଲେ ମଧ୍ୟ କବାଟ ବନ୍ଦ ରହିଥିଲା କିନ୍ତୁ ବିକ୍ରମ ନ ଥିଲେ। ଖବରପାଇ ପୋଲିସ ପହଞ୍ଚତ୍ ଘରର କବାଟ ଭାଙ୍ଗି ମୃତଦେହ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri