ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ, ସ୍ବାମୀ ଅଟକ

ବ୍ରହ୍ମପୁର ଅଫିସ,୧୫।୮-ଗୋଶାଣିନୁଆଗାଁ ଥାନା ନୂଆ ଖଜୁରିଆରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେ ହେଲେ ମଞ୍ଜୁଲତା ଦଳାଇ (୨୨)। ଏ ନେଇ ପୋଲିସ ନଂ. ୧୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ମଞ୍ଜୁଲତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଧେହରେ ପୋଲିସ ତାଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି। ଜରଡ଼ା ଅଞ୍ଚଳର ମଞ୍ଜୁଲତାଙ୍କ ୨୦୧୪ରେ ବିବାହ ହୋଇଥିଲା। ତାଙ୍କ ସ୍ବାମୀ ଜଣେ ଗାଡି ଚାଳକ ଭାବେ କାମ କରୁଥିଲେ। ସ୍ତ୍ରୀଙ୍କୁ ନେଇ ନୂଆଖଜୁରିଆରେ ଏକ ଭଡ଼ା ଘରେ ରହୁଥିଲେ। ବିଭିନ୍ନ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗୁଥିଲା। ବୁଧୁବାର ରାତିରେ ମଞ୍ଜୁଲତାଙ୍କ ସ୍ବାମୀ କାମରେ ଯାଇ ଗୁୁରୁବାର ସକାଳେ ଫେରି ସ୍ତ୍ରୀଙ୍କୁ ଘରେ ପଡିଥିବା ଦେଖି ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ମଞ୍ଜୁଲତାଙ୍କ ମୃତ୍ୟୁଦେହ ଜବତ କରିଥିଲା।