ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଜେଏସ୍‌ଡବ୍ଲ୍ୟୁର ପ୍ରୟାସ

ପାରାଦୀପ, ୧୧ା୧ (ସ୍ବ.ପ୍ର.): ପାରାଦୀପଠାରେ ହେବାକୁ ଥିବା ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ପକ୍ଷରୁ ଶୁକ୍ରବାର ଶିଳ୍ପ ପ୍ରଭାବିତ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ପାଇଁ ରୋଜଗାର ଯୋଗାଇବା ବ୍ୟବସ୍ଥା କରାଯାଇଛି। କମ୍ପାନୀ ପକ୍ଷରୁ ଢିଙ୍କିଆ, ଗଡ଼କୁଜଙ୍ଗ, ନୂଆଗଁ। ପଞ୍ଚାୟତର ୬୦ଜଣ ମହିଳାଙ୍କୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟ ସରକାରଙ୍କ ଓରମାସ୍‌ ଦ୍ୱାରା ଆୟୋଜିତ ଶିଶିର ସରସ ମେଳାକୁ ପଠାଯାଇଛି। ସେଠାରେ ମହିଳାମାନେ କୁଶଳୀ ପ୍ରଶିକ୍ଷକଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀ ତିଆରି କରିବା ପ୍ରଣାଳୀ ଶିଖିବେ। ମହିଳାମାନଙ୍କୁ ମେଶିନ୍‌ ଦ୍ୱାରା ନିର୍ମିତ ସାମଗ୍ରୀର ମାନ-ଗୁଣବତ୍ତା, ଜ୍ଞାନକୌଶଳ, ବ୍ୟବସାୟିକ ପଦ୍ଧତି ଆଦି ବାବଦରେ ପ୍ରଶିକ୍ଷଣ ଦିଆଯିବ। ସେଠାରୁ ଆସିବା ପରେ ସେହି ମହିଳାମାନେ ଗଁ।ରେ ଅନ୍ୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପ୍ରଶିକ୍ଷଣ ଦେବେ। ଏହାଦ୍ୱାରା ଗୋଷ୍ଠୀ ସମୂହର ବିକାଶ ଗ୍ରାମାଞ୍ଚଳରୁ ହୋଇପାରିବ ବୋଲି ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ପକ୍ଷରୁ କୁହାଯାଇଛି। ଏହା ରାଜ୍ୟ ସରକାରଙ୍କ ଜୀବିକା ମିଶନର ଏକ ଅଂଶସ୍ବରୂପ ଭଳି ଉପାଦେୟ ହେବ। ମହିଳାଙ୍କୁ କମ୍ପାନୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ। କମ୍ପାନୀ ପକ୍ଷରୁ କରାଯାଇଥିବା ଏହି ବ୍ୟବସ୍ଥାକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ସ୍ବାଗତ କରିଛନ୍ତି।