ମହିଳାଙ୍କୁ ମାରପିଟ ଅଭିଯୋଗରେ ୨ ଗିରଫ

ବୁଗୁଡ଼ା,୪ା୧୨(ଡି.ଏନ.ଏ.): ବୁଗୁଡ଼ା ଏନ୍‌ଏସି କାଦପଡ଼ା ଗ୍ରାମର ଜଣେ ମହିଳାଙ୍କୁ ଟଣାଓଟରା ଓ ମାରପିଟ ଅଭିଯୋଗରେ ପୋଲିସ ବୁଧବାର ୨ ଜଣଙ୍କୁ କୋର୍ଟଚାଲାଣ କରିଛି। ଗିରଫମାନେ ହେଲେ ଉକ୍ତ ଥାନା ଭାମଶିଆଳିର କେଶବ ଜେନା ଓ ଗୋଲାମୁଣ୍ଡଳାର ରଞ୍ଜିତ ଗୌଡ଼। ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ବୁଗୁଡ଼ା ପୋଲିସ ନଂ.୨୭୯/୧୯ରେ ଏକ ମାମଲା ରୁଜୁ କରିଛି।
ପ୍ରକାଶ ଯେ, କାଦପଡ଼ାର ରଞ୍ଜିତା ପ୍ରଧାନ ୪ ମାସ ତଳେ ଘର ତିଆରି କରିବା ପାଇଁ ତାଙ୍କ ମାଉସୀଙ୍କଠାରୁ ୪୦ ହଜାର ଟଙ୍କା ଧାର ଆଣିଥିଲେ। ସେହି ପଇସା ନେବାକୁ ମାଉସୀ ନିଜ ସମ୍ପର୍କୀୟ କେଶବ ଓ ରଞ୍ଜିତଙ୍କୁ ଧରି ନଭେମ୍ବର ୨୫ରେ କାଦପଡ଼ା ଆସି ରଞ୍ଜିତାଙ୍କୁ ମାଗିଥିଲେ। କିନ୍ତୁୁ ସେ ମନା କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ କେଶବ ଓ ରଞ୍ଜିତ ମହିଳାଙ୍କୁ ମାରପିଟ କରିବା ସହ ତାଙ୍କୁ ଟଣାଓଟରା କରିଥିଲେ। ଏ ନେଇ ରଞ୍ଜିତା ନଭେମ୍ବର ୨୮ତାରିଖରେ ଥାନାରେ ଏତଲା ଦେଇଥିଲେ।