Categories: ଗଞ୍ଜାମ

ମହିଳାଙ୍କୁ ମାଡ଼ ଘଟଣା, ଫେରାର୍‌ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୯ା୯(ଡି.ଏନ.ଏ.)-ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ଭଗବାନ ଗୌଡ଼ଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ କୋର୍ଟଚାଲାଣ କରିଛି।ସନ୍ଧ୍ୟାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ୯ ତାରିଖ ସନ୍ଧ୍ୟାରେ ଗାଁ ରାସ୍ତାରେ ଖେଳୁଥିବା ପିଲାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣାକୁ ନେଇ ଭଗବାନ ଜଣେ ମହିଳାଙ୍କୁ ଗାଳିଗୁଲଜ କରି ଧମକ ଦେବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ମହିଳାଙ୍କ ଏତଲାକୁ ଭିତ୍ତିକରି ପୋଲିସ ନଂ. ୧୭୮/୧୯ରେ ମାମଲା କରିଥିଲା। ଗିରଫ ଭୟରେ ଅଭିଯୁକ୍ତ ଫେରାର୍‌ ଥିଲେ।