ମହିଳାଙ୍କୁ ଡାହାଣୀ ଆରୋପ କରିବାରୁ ୨ଗିରଫ

ପାଟଣା,୩୦।୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ନୂଆପଡା ଗ୍ରାମର ଜଣେ ମହିଳାଙ୍କୁ ଡାହାଣୀ ଆରୋପ କରିବାରୁ ଉକ୍ତ ମହିଳା ଜଣଙ୍କ ଗତ ବୁଧବାର ପାଟଣା ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ପାଟଣା ଥାନା ଅଧିକାରୀ ସନ୍ଧ୍ୟା ରାଣୀ ଜେନା ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ବ୍ୟକ୍ତି ମାନେ ହେଲେ ଉକ୍ତ ଗ୍ରାମର ରବି ନାଏକ ଓ ଝୁନାରାଣୀ ନାଏକ। ଏନେଇ ପାଟଣା ଥାନାରେ ଏକ ମାମଲା (ନଂ.୨୧୩/୧୯) ରୁଜୁ ହୋଇଛି। ଦୁହେଁ ମିଶି ସମ୍ପୃକ୍ତ ମହିଳାଙ୍କୁ ଗୁଣିଗାରେଡ଼ି କରୁଥିବା ଅପପ୍ରଚାର କରୁଥିଲେ।