ମହାଲିଙ୍ଗା ମହାବିଦ୍ୟାଳୟଠାରେ ଗ୍ରାମପଞ୍ଚାୟତ ତରଫରୁ ଚାରାରୋପଣ

ଗୋଲାମୁଣ୍ଡା/କେଗାଁ,୧୫।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗା ଗ୍ରାମପଞ୍ଚାୟତ ତରଫରୁ ସ୍ଥାନୀୟ ଆଞ୍ଚଳକି ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମପଞ୍ଚାୟତ ସରପଞ୍ଚ ସୁଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ସଭାପତି ଗୋବିନ୍ଦ ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଚାରାରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମହାବିଦ୍ୟାଳୟ ଚର୍ତୁଃପାର୍ଶ୍ୱରେ ଅନେକ ମୁଲ୍ୟବାନ ଚାର ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ରଣଜିତ ସାହୁ, ନିଧି ପୁଟେଲ, ବାସୁଦେବ ପଣ୍ଡା, ଜାଜ୍ଞସ ମେହେର, ରମେଶ ଦାଶ ତଥା ଛାତ୍ରୀଛାତ୍ର ଉପସ୍ଥିତ ରହି ଚାରା ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।