Categories: ଜାତୀୟ

ମହାରାଷ୍ଟ୍ର ରାଜନୀତିରେ ଆସିଲା ନୂଆ ମୋଡ଼: ଶିବସେନା ସହିତ ସରକାର ଗଠନ ପାଇଁ ସୋନିଆଙ୍କୁ ପରାମର୍ଶ ଦେଲେ କଂଗ୍ରେସ ସଦସ୍ୟ

ମୁମ୍ବାଇ,୨।୧୧: ମହାରାଷ୍ଟ୍ର ରାଜନୀତିରେ ଏବେ ଏକ ନୂଆ ମୋଡ଼ ଆସିଛି। ଶିବସେନା-ଭାଜପା ମଧ୍ୟରେ ଅଙ୍କକଷା ଛିଣ୍ଡୁନି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ସଦସ୍ୟମାନେ ଶିବସେନା ସହିତ ମେଣ୍ଟ ସରକାର ଗଠନ ପାଇଁ ସୋନିଆ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି। କଂଗ୍ରେସ ସଦସ୍ୟ ହୁସେନ୍‌ ଦଲବଈ ଏଭଳି ପରାମର୍ଶ ଦେଇଛନ୍ତି। ସେ ଏନେଇ ଅଧ୍ୟକ୍ଷା ସୋନିଆଙ୍କୁ ପତ୍ର ଲେଖିଛନ୍ତି। ଏନ୍‌ସିପି ଓ ଶିବସେନା ସହ ମିଶି କଂଗ୍ରେସ ସରକାର ଗଠନ ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରପତି ଭାବେ ପ୍ରତିଭା ପାଟିଲ୍‌ ଏବଂ ପ୍ରଣବ ମୁଖାର୍ଜୀଙ୍କ ନିର୍ବାଚନ ସମୟରେ ଶିବସେନା କଂଗ୍ରେସକୁ ସମର୍ଥନ ଦେଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି।

Share