Posted inଜାତୀୟ

ମହାରାଷ୍ଟ୍ରରେ ଜଳ ତାଣ୍ଡବ

ମୁମ୍ବାଇ,୩ା୭ (ପି.ଟି.): ମୁମ୍ବାଇରେ ବର୍ଷା ବିତ୍ପାତ ସଙ୍ଗିନ ରୂପ ଧାରଣ କରିଛି। ଲଗାଣ ବର୍ଷା ଯୋଗୁ ବାଣିଜି୍ୟକ ରାଜଧାନୀ ମୁମ୍ବାଇ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। କେବଳ ମୁମ୍ବାଇର ମାଲାଡ୍‌ରେ ୨୧ ଜଣଙ୍କ କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧିପାଇଛି। ଏଥିସହ ଆହତଙ୍କ ସଂଖ୍ୟା ୮୦ରେ ପହଞ୍ଚିଛି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ରାଜ୍ୟବ୍ୟାପୀ ବର୍ଷା ଲାଗିରହିଥିବାରୁ ଚାରିଆଡ଼ ଜଳାର୍ଣ୍ଣବ ହୋଇପଡ଼ିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏମିତିକି ଅନେକ ଘରେ ବର୍ଷାପାଣି ପଶି ଲୋକଙ୍କ ନିଦ ହଜାଇ ଦେଇଛି। ସଡ଼କ, ରେଳ ଓ ବିମାନ ଚଳାଚଳ ବହୁଳଭାବେ ବାଧାପ୍ରାପ୍ତ ହୋଇଛି। ପୁଣେର ଆମ୍ବେଗାଓଁ ଅଞ୍ଚଳରେ କାନ୍ଥପଡ଼ି ୬ ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଥିବାବେଳେ ୩ ଗୁରୁତର ହୋଇପଡ଼ିଛନ୍ତି। ସେହିଭଳି କଲ୍ୟାଣରେ ମଧ୍ୟ କାନ୍ଥପଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଠାରେ ଥିବା ଏକ ଉର୍ଦ୍ଦୁ ସ୍କୁଲର କାନ୍ଥ ଭୁଶୁଡ଼ି ପଡିଛି। ମାଲାଡ୍‌ରେ ଦୁଇ ଯୁବକ କାର୍‌ରେ ଆସୁଥିବାବେଳେ ରାସ୍ତାରେ ବୁଡ଼ିଯାଇଥିବା ଜଣାପଡ଼ିଛି। ଗାଡ଼ିର ଇଞ୍ଜିନରେ ପାଣି ପଶିଯିବାରୁ ଡୋର୍‌ ଲକ୍‌ ଆଉ ଖୋଲି ନ ଥିଲା। ଅନ୍ୟପକ୍ଷରେ ନାସିକରେ ଏକ ନିର୍ମାଣାଧୀନ ବିଲ୍ଡିଂରେ ଏକ ପାଣି ଟ୍ୟାଙ୍କ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଗୁରୁତର ହୋଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ମୁମ୍ବାଇ, ଠାଣେ, ପାଲ୍‌ଘର ପ୍ରମୁଖ ଅଞ୍ଚଳଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ଦର୍ଶାଇଛି। ସେହିଭଳି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ୍‌ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ୪୮ ଘଣ୍ଟା ପ୍ରବଳ ବର୍ଷା ସହ ବନ୍ୟା ଆସିବାର ଆଶଙ୍କା ରହିଥିବା କହିଛି। ଦିନକୁ ୨୦୦ ମିଲିମିଟରରୁ ଊର୍ଦ୍ଧ୍ୱ ବର୍ଷା ହେବ ବୋଲି କୁହାଯାଇଛି। ରବିବାରଠାରୁ ଲଗାଣ ବର୍ଷା ଲାଗିରହି ଥିବାବେଳେ ଅନେକ ଲୋକଙ୍କୁ ଖାଲୁଆ ଅଞ୍ଚଳରୁ ପ୍ରଶାସନ ସ୍ଥାନାନ୍ତର କରିଥିବା ପ୍ରକାଶ।
ବର୍ଷା ଯୋଗୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସରକାରୀ ଛୁଟି ଘୋଷଣା କରାଯାଇଛି। ଏହା ସହ ବିଭିନ୍ନ ପରୀକ୍ଷା ଓ ନାମଲେଖା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଏନ୍‌ଡିଆର୍‌ଏଫ୍‌, ଆର୍‌ପିଏଫ୍‌, ନୌସେନା , ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ସଜାଗ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ମଙ୍ଗଳବାର ନିଜର କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ସେ ବିଭିନ୍ନ ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରଛନ୍ତି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି। ଏଥିସହ ଜରୁରିକାଳୀନ ସେବା କିପରି ଲୋକଙ୍କୁ ମିଳିପାରିବ ସେନେଇ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଥିବା କୁହାଯାଇଛି। ବର୍ଷା ସହ ଖରାପ ପାଗ ଯୋଗୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ୫୪ଟି ବିମାନର ଗତିପଥ ବଦଳା ଯାଇଥିବାବେଳେ ୫୨ଟିର ଉଡ଼ାଣ ରଦ୍ଦ କରାଯାଇଛି।
ବିତ୍ପାତ ଜନିତ ମୃତ୍ୟୁ ଓ ଜଳବନ୍ଦୀ ପରିସ୍ଥିତିକୁ ନେଇ ବିରୋଧୀ ଦଳର ନେତାମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ଅଶୋକ ଚଭନ କହିଛନ୍ତି ଯେ, ବିଏମ୍‌ସିକୁ ଦଖଲ କରିଥିଲେ ହେଁ ବାନ୍ଦ୍ରାର କଳାନଗରରେ ଶିବସେନା ମୁଖ୍ୟ ଉଦ୍ଧବ ଥାକରେଙ୍କ ଘର ଜଳବନ୍ଦୀ ହୋଇପଡ଼ିଛି। ଡ୍ରେନେଜ୍‌ କାମ ନ ସାରି ରାଜନୀତିରେ ମାତି ଏମାନେ ଲୋକଙ୍କୁ ଦୁର୍ଦ୍ଦଶା ଆଡ଼କୁ ଠେଲିଦେଇଛନ୍ତି। ଏନ୍‌ସି ନେତା ଧନଞ୍ଜୟ ମୁଣ୍ଡେ ଶାସକ ଭାଜପା-ଶିବସେନାକୁ ସହର ଜଳବନ୍ଦୀ ହେବାନେଇ ସମାଲୋଚନା କରିଛନ୍ତି। ମୌସୁମୀ ଆସିବା ପୂର୍ବରୁ ବିଭିନ୍ନ ଡ୍ରେନର ସଫେଇ ଓ ରାସ୍ତା ନବୀକରଣ କାର୍ଯ୍ୟ କରାଯିବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ସେମାନଙ୍କୁ ଜରୁରିକାଳୀନ ସୁବିଧା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ପ୍ରକାଶଥାଉ କି, ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri