Posted inଜାତୀୟ

ମହାରାଷ୍ଟ୍ରରେ ଜଳ ତାଣ୍ଡବ

ମୁମ୍ବାଇ,୩ା୭ (ପି.ଟି.): ମୁମ୍ବାଇରେ ବର୍ଷା ବିତ୍ପାତ ସଙ୍ଗିନ ରୂପ ଧାରଣ କରିଛି। ଲଗାଣ ବର୍ଷା ଯୋଗୁ ବାଣିଜି୍ୟକ ରାଜଧାନୀ ମୁମ୍ବାଇ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। କେବଳ ମୁମ୍ବାଇର ମାଲାଡ୍‌ରେ ୨୧ ଜଣଙ୍କ କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧିପାଇଛି। ଏଥିସହ ଆହତଙ୍କ ସଂଖ୍ୟା ୮୦ରେ ପହଞ୍ଚିଛି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ରାଜ୍ୟବ୍ୟାପୀ ବର୍ଷା ଲାଗିରହିଥିବାରୁ ଚାରିଆଡ଼ ଜଳାର୍ଣ୍ଣବ ହୋଇପଡ଼ିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏମିତିକି ଅନେକ ଘରେ ବର୍ଷାପାଣି ପଶି ଲୋକଙ୍କ ନିଦ ହଜାଇ ଦେଇଛି। ସଡ଼କ, ରେଳ ଓ ବିମାନ ଚଳାଚଳ ବହୁଳଭାବେ ବାଧାପ୍ରାପ୍ତ ହୋଇଛି। ପୁଣେର ଆମ୍ବେଗାଓଁ ଅଞ୍ଚଳରେ କାନ୍ଥପଡ଼ି ୬ ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଥିବାବେଳେ ୩ ଗୁରୁତର ହୋଇପଡ଼ିଛନ୍ତି। ସେହିଭଳି କଲ୍ୟାଣରେ ମଧ୍ୟ କାନ୍ଥପଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଠାରେ ଥିବା ଏକ ଉର୍ଦ୍ଦୁ ସ୍କୁଲର କାନ୍ଥ ଭୁଶୁଡ଼ି ପଡିଛି। ମାଲାଡ୍‌ରେ ଦୁଇ ଯୁବକ କାର୍‌ରେ ଆସୁଥିବାବେଳେ ରାସ୍ତାରେ ବୁଡ଼ିଯାଇଥିବା ଜଣାପଡ଼ିଛି। ଗାଡ଼ିର ଇଞ୍ଜିନରେ ପାଣି ପଶିଯିବାରୁ ଡୋର୍‌ ଲକ୍‌ ଆଉ ଖୋଲି ନ ଥିଲା। ଅନ୍ୟପକ୍ଷରେ ନାସିକରେ ଏକ ନିର୍ମାଣାଧୀନ ବିଲ୍ଡିଂରେ ଏକ ପାଣି ଟ୍ୟାଙ୍କ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଗୁରୁତର ହୋଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ମୁମ୍ବାଇ, ଠାଣେ, ପାଲ୍‌ଘର ପ୍ରମୁଖ ଅଞ୍ଚଳଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ଦର୍ଶାଇଛି। ସେହିଭଳି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ୍‌ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ୪୮ ଘଣ୍ଟା ପ୍ରବଳ ବର୍ଷା ସହ ବନ୍ୟା ଆସିବାର ଆଶଙ୍କା ରହିଥିବା କହିଛି। ଦିନକୁ ୨୦୦ ମିଲିମିଟରରୁ ଊର୍ଦ୍ଧ୍ୱ ବର୍ଷା ହେବ ବୋଲି କୁହାଯାଇଛି। ରବିବାରଠାରୁ ଲଗାଣ ବର୍ଷା ଲାଗିରହି ଥିବାବେଳେ ଅନେକ ଲୋକଙ୍କୁ ଖାଲୁଆ ଅଞ୍ଚଳରୁ ପ୍ରଶାସନ ସ୍ଥାନାନ୍ତର କରିଥିବା ପ୍ରକାଶ।
ବର୍ଷା ଯୋଗୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସରକାରୀ ଛୁଟି ଘୋଷଣା କରାଯାଇଛି। ଏହା ସହ ବିଭିନ୍ନ ପରୀକ୍ଷା ଓ ନାମଲେଖା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଏନ୍‌ଡିଆର୍‌ଏଫ୍‌, ଆର୍‌ପିଏଫ୍‌, ନୌସେନା , ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ସଜାଗ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ମଙ୍ଗଳବାର ନିଜର କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ସେ ବିଭିନ୍ନ ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରଛନ୍ତି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି। ଏଥିସହ ଜରୁରିକାଳୀନ ସେବା କିପରି ଲୋକଙ୍କୁ ମିଳିପାରିବ ସେନେଇ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଥିବା କୁହାଯାଇଛି। ବର୍ଷା ସହ ଖରାପ ପାଗ ଯୋଗୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ୫୪ଟି ବିମାନର ଗତିପଥ ବଦଳା ଯାଇଥିବାବେଳେ ୫୨ଟିର ଉଡ଼ାଣ ରଦ୍ଦ କରାଯାଇଛି।
ବିତ୍ପାତ ଜନିତ ମୃତ୍ୟୁ ଓ ଜଳବନ୍ଦୀ ପରିସ୍ଥିତିକୁ ନେଇ ବିରୋଧୀ ଦଳର ନେତାମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ଅଶୋକ ଚଭନ କହିଛନ୍ତି ଯେ, ବିଏମ୍‌ସିକୁ ଦଖଲ କରିଥିଲେ ହେଁ ବାନ୍ଦ୍ରାର କଳାନଗରରେ ଶିବସେନା ମୁଖ୍ୟ ଉଦ୍ଧବ ଥାକରେଙ୍କ ଘର ଜଳବନ୍ଦୀ ହୋଇପଡ଼ିଛି। ଡ୍ରେନେଜ୍‌ କାମ ନ ସାରି ରାଜନୀତିରେ ମାତି ଏମାନେ ଲୋକଙ୍କୁ ଦୁର୍ଦ୍ଦଶା ଆଡ଼କୁ ଠେଲିଦେଇଛନ୍ତି। ଏନ୍‌ସି ନେତା ଧନଞ୍ଜୟ ମୁଣ୍ଡେ ଶାସକ ଭାଜପା-ଶିବସେନାକୁ ସହର ଜଳବନ୍ଦୀ ହେବାନେଇ ସମାଲୋଚନା କରିଛନ୍ତି। ମୌସୁମୀ ଆସିବା ପୂର୍ବରୁ ବିଭିନ୍ନ ଡ୍ରେନର ସଫେଇ ଓ ରାସ୍ତା ନବୀକରଣ କାର୍ଯ୍ୟ କରାଯିବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ସେମାନଙ୍କୁ ଜରୁରିକାଳୀନ ସୁବିଧା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ପ୍ରକାଶଥାଉ କି, ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri