Categories: ଜାତୀୟ

ମହାରାଷ୍ଟ୍ରରେ ଆରମ୍ଭ ହେଲା ‘ଅପରେଶନ୍‌ ଲୋଟସ୍‌’, ଏହି ୪ ନେତାଙ୍କୁ ମିଳିଲା ମ୍ୟାଜିକ୍‌ ନମ୍ବର ଜୁଟାଇବା ଦାୟିତ୍ୱ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ଏନସିପି ବିଧାୟକ ଅଜିତ ପାୱାରଙ୍କ ସହ ମିଶି ସରକାର ଗଠନ କରିଛି ଭାଜପା। ଏବେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାସ୍‌ କରିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ସଂଖ୍ୟାବଳରେ ଭାଜପାକୁ ହରାଇବା ପାଇଁ ଏକ ହୋଇଛନ୍ତି କଂଗ୍ରେସ, ଶିବସେନା ଏବଂ ଏନସିପିର ଗୋଟିଏ ଗୋଷ୍ଠୀ। କାରଣ ଅଜିତ ପାୱାର ଯେଉଁ ସମର୍ଥନ ଦେଇଛନ୍ତି ତାହା ଏନସିପିର ନୁହେଁ, ଏହା ତାଙ୍କର ବ୍ୟକ୍ତିଗତ ସମର୍ଥନ ବୋଲି ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି। ଏସବୁ ଭିତରେ ସଂଖ୍ୟା ଜୁଟାଇବା ପାଇଁ ଭାଜପା ଅପରେଶନ ଲୋଟସ ଆରମ୍ଭ କରିଛି। ନାରାୟଣ ରାଣେ, ରାଧାକୃଷ୍ଣ ପାଟିଲ, ଗଣେଶ ନାଇକ ଏବଂ ବବନରାଓ ପଚପୁତେଙ୍କୁ ବହୁମତ ଜୁଟାଇବା ଦାୟିତ୍ୱ ଦେଇଛି ଭାଜପା। ସୂଚନାଯୋଗ୍ୟ, ଅଜିତ ପାୱାର ଦଳର ନିଷ୍ପତ୍ତି ବିରୋଧରେ ପଦକ୍ଷେପ ନେଇଥିବାରୁ ଏବେ ଶରଦ ପାୱାର ଏକାକୀ ଦଳର ବିଧାୟକଙ୍କୁ ଏକ କରିଛନ୍ତି। ଆଗାମୀ ଦିନରେ ଭାଜପାକୁ ବିଧାନସଭା ଆସ୍ଥା ଭୋଟରେ ହରାଇବା ପରେ ଶିବସେନା ଓ କଂଗ୍ରେସ ସହ ମିଶି ସରକାର ଗଢ଼ିବାକୁ ପାୱାର ଚିନ୍ତା କରିଛନ୍ତି।

Share