ମହାମାରୀ ସାଜିବ ମାନବାଧିକାର ସଙ୍କଟ

ଜାତିସଂଘ,୨୬।୪: ମହାମାରୀ କରୋନା ବିଶ୍ୱରେ ଦ୍ରୁତ ଗତିରେ ମାନବାଧିକାର ସଙ୍କଟର ରୂପ ନେବାରେ ଲାଗିଛି। ପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଦାବି କରୁଥିବା ରାଷ୍ଟ୍ରଗୁଡ଼ିକ ଏହି ଘାତକ ଭୂତାଣୁକୁ ବ୍ୟକ୍ତିଗତ ମାନବାଧିକାର ହନନ ଲାଗି ବାହାନା ଭାବେ ବ୍ୟବହାର କରିପାରିବେ ନାହିଁ ବୋଲି ଜାତିସଂଘ ପକ୍ଷରୁ ଚେତବାନୀ ଦିଆଯାଇଛି।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଏକ ଭିଡିଓ ସନ୍ଦେଶରେ କହିଛନ୍ତି, ସାମ୍ପ୍ରତିକ ସ୍ଥିତିରେ କରୋନା ଯୋଗୁ ସ୍ବାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ସଙ୍କଟ ଦେଖାଦେବା ସହ ବିଶ୍ୱ ପ୍ରଭାବିତ ହୋଇଛି। କୋଭିଡ୍‌-୧୯ ଭୂତାଣୁ ଭଳି ଏହାର ପ୍ରଭାବ ମଧ୍ୟ ଭେଦଭାବ ଦେଖେନାହିଁ। କିନ୍ତୁ ଚାଇନା, ଭାରତ, ହଙ୍ଗେରି, ତୁର୍କୀ ଓ ଦକ୍ଷିଣ ଆଫ୍ରିକା ଭଳି କେତେକ ରାଷ୍ଟ୍ରରେ ଏହାର ମୁକାବିଲା କ୍ଷେତ୍ରରେ ଭେଦଭାବ ସାମ୍ନାକୁ ଆସିଛି। ଏହି ଦେଶଗୁଡ଼ିକରେ କେତେକ ନିର୍ଦ୍ଦିଷ୍ଟ ସମୁଦାୟ ଉପରେ ଏହାର ବିଷମ ପ୍ରଭାବ ଦେଖିବାକୁ ମିଳୁଛି। ଘୃଣା ମନ୍ତବ୍ୟ, ଦୁର୍ବଳ ବର୍ଗଙ୍କ ଉପରେ ଆକ୍ରମଣ ଓ ସୁରକ୍ଷା କର୍ମୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସ୍ବାସ୍ଥ୍ୟ ସେବା ପରିଚାଳନାକୁ ନୂ୍ୟନ କରିଦେଉଛି ବୋଲି ଗୁଟେରେସ୍‌ କହିଛନ୍ତି।
ଜାତିସଂଘ ପକ୍ଷରୁ ଜାରି ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଶରଣାର୍ଥୀ ଓ ଆଭ୍ୟନ୍ତରୀ ବିସ୍ଥାପିତ ଲୋକେ ବିଶେଷକରି ଦୁର୍ଦ୍ଦଶା ଭୋଗୁଛନ୍ତି। ଅଦ୍ୟାବଧି ବିଶ୍ୱର ୧୩୧ ରାଷ୍ଟ୍ର ସେମାନଙ୍କ ସୀମାକୁ ବନ୍ଦ କରିଦେଲେଣି। ମାତ୍ର ୩୦ ଦେଶରେ ଶରଣ ଆଶାୟୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳୁଛି। କେତେକ ଦେଶରେ ଜାତିଆଣ-ଜାତୀୟତାବାଦ, ଜନବାଦ, ଅଧିନାୟକବାଦ ଓ ମାନବାଧିକାର ପ୍ରତି ବିପଦ ବଢ଼ିଚାଲିଥିବା ପରିପ୍ରେକ୍ଷୀରେ ଏହି ସଙ୍କଟକୁ କେହି କେହି କରୋନା ମୁକାବିଲା ଲାଗି ଏକ ବାହାନା ଭାବେ ଆପଣାଇପାରନ୍ତି। କେତେକ ସମୟରେ ମିଥ୍ୟା ଖବର ଆଳରେ ଖବରଦାତା, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅଧିକାର କର୍ମୀ କିମ୍ବା ବିରୋଧୀ ଦଳର ନେତାମାନଙ୍କୁ ଗିରଫ କରାଯାଉଛି। ଅନ୍‌ଲାଇନ ସର୍ଭିଲାନ୍ସ ଓ ଆକ୍ରମଣାମତ୍କ ସାଇବର ନୀତି ମଜଭୁତ ହେବାରେ ଲାଗିଛି, ଯାହାକି ଗ୍ରହଣୀୟ ନୁହେଁ। ତେବେ ସରକାରମାନେ ଭାଇରସ୍‌ ସଂକ୍ରମଣ ରୋକିବା ସକାଶେ ସେମାନଙ୍କ ଉଦ୍ୟମ ସମ୍ପର୍କରେ ସ୍ବଚ୍ଛତା ଅବଲମ୍ବନ କରି ସତ୍ୟାସତ୍ୟର ଯାଞ୍ଚ ପାଇଁ ବିରୋଧୀ କିମ୍ବା ସିଭିଲ ସୋସାଇଟି ଗ୍ରୁପ୍‌ଗୁଡ଼ିକୁ ସୁଯୋଗ ଦେବା ଉଚିତ। ଏଥିପାଇଁ ନୂଆ ଜ୍ଞାନକୌଶଳର ଉପଯୋଗ ବିଶେଷ ଭାବେ ସହାୟକ ହେବ ବୋଲି ଗୁଟେରେସ୍‌ କହିଛନ୍ତି।
ପ୍ରକାଶ ଯେ, ସଂକ୍ରମଣ ବଢ଼ିଚାଲିଥିବାବେଳେ ଜାତିସଂଘ ମୁଖ୍ୟ ବିଶ୍ୱବ୍ୟାପୀ ଅସ୍ତ୍ରବିରତିର ଆହ୍ବାନ ଦେବା ସହ ଘରୋଇ ହିଂସା ବୃଦ୍ଧି ବିରୋଧରେ ଚେତାବନୀ ଦେଇଛନ୍ତି। ତେବେ ଏହି ସଙ୍କଟରୁ ମୁକ୍ତି ପାଇଁ ସମାଧାନର ବିଶେଷ କିଛି ପନ୍ଥା ବାହାର କରିବାରେ ବିଫଳତାକୁ ନେଇ ଜାତିସଂଘକୁ ବିଭିନ୍ନ ମହଲରେ ସାମଗ୍ରିକ ଭାବେ ସମାଲୋଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଆପତ୍ତି ସତ୍ତ୍ୱେ ସୁଧୁରୁନି ଆମେରିକା, ପୁଣି କେଜ୍‌ରିଓ୍ବାଲଙ୍କ ଗିରଫକୁ ନେଇ ଏମିତି କହିଲା

ଓ୍ବାଶିଂଟନ୍‌,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ପୁଣି ଥରେ ମନ୍ତବ୍ୟ ଦେଇଛି। ଭାରତ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଆମେରିକା ଏଥିରୁ ନିବୃତ୍ତ...

ରାଜକୁମାରୀଙ୍କୁ କ୍ୟାନସର, ତଥାପି ତୁଟୁନି ରାଜ ପରିବାର କଳି

ଲଣ୍ଡନ,୨୮।୩: ବ୍ରିଟିଶ ରାଜ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି। ରାଜକୁମାରୀ କେଟ ମିଡଲେଟନ କ୍ୟାନସର ରୋଗ ସହ ସଂଗ୍ରାମ କରୁଛନ୍ତି। ଏହି...

୭୦ ହଜାର ସରକାରୀ କର୍ମଚାରୀଙ୍କୁ ଛଟେଇ କରିବେ ସରକାର

ନୂଆଦିଲ୍ଲୀ,୨୭।୩: ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଆଗାମୀ ସମୟରେ ୭୦ ହଜାର କର୍ମଚାରୀଙ୍କୁ ଛଟେଇ କରିବେ ସରକାର। ମାର୍ଚ୍ଚ ୨୬ ରେ ଏକ କାର୍ୟ୍ୟକ୍ରମରେ ସମ୍ବୋଧନ...

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ବ୍ୟାଙ୍କକ୍‌,୨୭ା୩:ଥାଇଲାଣ୍ଡ ପାର୍ଲାମେଣ୍ଟର ନିମ୍ନ ସଦନ ବୁଧବାର ସମଲିଙ୍ଗୀ ବିବାହ ସମ୍ପର୍କିତ ବିଲ୍‌କୁ ମଞ୍ଜୁରୀ ଦେଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୪୧୫ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ ଭାରତ ଅସନ୍ତୋଷ, ଆମେରିକା କୂଟନୀତିଜ୍ଞଙ୍କୁ…

ନୂଆଦିଲ୍ଲୀ,୨7୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହି ଖବର ଆମେରିକାରୁ ଜର୍ମାନୀ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ...

ଆମେରିକାର ବ୍ରିଜ୍‌ ଭୁଶୁଡିବା ଘଟଣା: ଜାହାଜ କ୍ରୁ ମେମ୍ବରଙ୍କୁ ମିଳିଲା ହିରୋ ଆଖ୍ୟା

ଓ୍ବାଶିଂଟନ୍‌,୨୭।୩: ଆମେରିକାର ମେରିଲ୍ୟାଣ୍ଡସ୍ଥିତ ବାଲଟିମୋର ସହରରେ ଏକ ନଦୀ ଉପରେ ନିର୍ମିତ ବ୍ରିଜ୍‌ ଏକ ଜାହାଜ ସହିତ ଧକ୍କା ହେତୁ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ...

ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ୫ ଚାଇନା ନାଗରିକଙ୍କ ମୃତ୍ୟୁ

ଇସଲାମାବାଦ,୨୬।୩: ପାକିସ୍ତାନରେ ମଙ୍ଗଳବାର ବଡ଼ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟିଛି। ଖେବର୍‌ ପାଖ୍‌ତୁନ୍‌ଖ୍ବାଠାରେ ହୋଇଥିବା ଏହି ଆକ୍ରମଣରେ ୫ ଚାଇନା ନାଗରିକଙ୍କ ସମେତ ୬ଜଣଙ୍କ ମୃତ୍ୟୁ...

ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ମୋଦି ସରକାରଙ୍କୁ ଏମିତି କ’ଣ କହିଲା ଆମେରିକା, ଯାହା ହେଉଛି ଭାଇରାଲ 

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୩: ବାଇଡେନ ପ୍ରଶାସନ ଭାରତର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଛି। ନିକଟରେ ସିଏଏ ଉପରେ ମନ୍ତବ୍ୟ ଦେବା ପରେ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri