ମହାବିଦ୍ୟାଳୟସ୍ତରୀୟ ଯୁବ ରେଡକ୍ରସ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ରହିଛି

ନୂଆପଡା ଅଫିସ,୪ା୧୦- ସ୍ଥାନୀୟ ମହାମାୟା କଲେଜରେ ଚାଲିଥିବା ମହାବିଦ୍ୟାଳୟସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦ୍‌ଯାପିତ ହୋଇଯାଇଛି। ଗୁରୁବାର ମହାମାୟା କଲେଜରୁ ଛାତ୍ରୀଛାତ୍ରମାନଙ୍କ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ। ପରେ କଲେଜରେ ଉଦ୍‌ଯାପନୀ ଉତ୍ସବରେ ମହାମାୟା କଲେଜ ଅଧ୍ୟକ୍ଷ ଛବି ମେହେର ସଭାପତିତ୍ୱ କରିଥିବାବେଳେ ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର ମୁଖ୍ୟ ଅତିଥି, ଜିଲା ରେଡକ୍ରସ ଅଧ୍ୟକ୍ଷ ସମରେନ୍ଦ୍ର ନାରାୟଣ ଦାସ, ମହାମାୟା କଲେଜ ସଂଯୋଜକ ଆଶୀକ ରହେମାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ବକ୍ତାମାନେ କଲେଜ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବହୁଲୁକ୍କାୟିତ ପ୍ରତିଭା ସବୁ ରହିଛି। ସେଗୁଡିକୁ ବାହାର କରିବାକୁ ଦରକାର ଅଛି। ଏଥିପାଇଁ ଏହି ଶିବିରର ଆବଶ୍ୟକତା ରହିଛି ବୋଲି କହିଥିଲେ। ୩ ଦିନ ଧରି ଚାଲିଥିବା ଶିବିରରେ ବିଭିନ୍ନ ପ୍ରତିଯୋଗିତା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ ରମେଶ କୁଅଁର ସଂଯୋଜନା କରିଥିଲେ। ସମସ୍ତ ଅଧ୍ୟାପିକାଅଧ୍ୟାପକମାନେ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଜିଲାର ବହୁ ବଛା ବଛା କଲେଜର ଛାତ୍ରୀଛାତ୍ର, ଅଧ୍ୟାପିକା ଅଧ୍ୟାପକମାନେ ଯୋଗଦେଇଥିଲେ।