ମହାପ୍ରଭୁ ପରୀକ୍ଷା ନେଲେ: ଗଜପତି

ପୁରୀ ଅଫିସ, ୨୪ା୬: ଲକ୍‌ଡାଉନ କଟକଣା ଯୋଗୁ ସ୍ନାନବେଦିକୁ ଛେରା ପହଁରା କରିବାକୁ ଯାଇ ନ ଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରସ୍ତ ସ୍ନାନ ପୂର୍ଣ୍ଣିମାରେ ରଥରେ ଛେରାପହଁରା କରିଥିଲେ। ମାତ୍ର ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟ ଅନୁମତି ଦେବା ଏବଂ ସମସ୍ତ କୋଭିଡ୍‌ କଟକଣା ପାଳନ କରି ମଙ୍ଗଳବାର ରଥଯାତ୍ରାରେ ସାମିଲ ହୋଇଥିଲେ ଗଜପତି ମହାରାଜା। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ ସାରି ଯିବା ପରେ ତାମଯାନରେ ପହଞ୍ଚତ୍ଥିଲେ ଗଜପତି। ତିନିରଥରେ ଛେରାପହଁରା ସାରି ଫେରିବା ବେଳେ ରଥଯାତ୍ରାକୁ ନେଇ ଯେଉଁ ଆଇନଗତ ଲଢେଇ ଚାଲିଥିଲା ସେ ସମ୍ପର୍କରେ କହିଥିଲେ ମହାପ୍ରଭୁ ଆମର ପରୀକ୍ଷା ନେଲେ। କୌଣସି ପିଲା ସ୍କୁଲ କିମ୍ବା କଲେଜରେ ପଢୁଥିଲେ ତାଙ୍କୁ ମଝିରେ ମଝିରେ ପରୀକ୍ଷା ଦେବାକୁ ପଡ଼ିଥାଏ। କୋଭିଡ୍‌କୁ ନେଇ ଅକ୍ଷୟ ତୃତୀୟାଠାରୁ ଆଜି ପର୍ଯ୍ୟନ୍ତ ଯାହା ଘଟିଲା ତାହା ଥିଲା ଆମ ସମସ୍ତଙ୍କର ପରୀକ୍ଷାର ଦିବସ। ଏହି ପରୀକ୍ଷାର ସମୟ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ରହିଛି। ଏହା ଥିଲା ମହାପ୍ରଭୁଙ୍କ ଲୀଳା। ଆମେ ତାଙ୍କୁ ଭୁଲି ଯାଇଛୁ ନା ଅନ୍ତରରେ ରଖିଛୁ ସେଥିପାଇଁ ମଝିରେ ମଝିରେ ମହାପ୍ରଭୁ ଏହିଭଳି ପରୀକ୍ଷା ନେଉଛନ୍ତି। ତେବେ କୌଣସି ଗଜପତିଙ୍କର ଏଭଳି ଅନୁଭୂତି ହୋଇ ନ ଥିବ। ଏହା ଏକ ଐତିହାସିକ ଘଟଣା, ଇତିହାସ ସୃଷ୍ଟି ହେଲା। ସମସ୍ତ ଭକ୍ତ ଓ ସେବକଙ୍କ ଆନ୍ତରିକ ପ୍ରାର୍ଥନା ଶୁଣି ମହାପ୍ରଭୁ ବିଜେ କଲେ। ତାଙ୍କ ଯାତ୍ରା ସେ ହିଁ ଅନୁଷ୍ଠିତ କରେଇଲେ। ତେବେ ବର୍ତ୍ତମାନ ବିଶ୍ୱରେ ଯେଉଁପରି ଭାବେ ମହାମାରୀ କରୋନା ସମସ୍ତଙ୍କୁ ଦୁଃଖ ଓ କଷ୍ଟ ଦେଇଚାଲିଛି ଅତିଶୀଘ୍ର ମହାପ୍ରଭୁୁ ତା’ର ଶେଷ କରନ୍ତୁ ଏତିକି ପ୍ରାର୍ଥନା କରିବା। ସେହିପରି ଯିଏ ଯେଉଁଠି ଥାନ୍ତୁ ନା କାହିଁକି ଟେଲିଭିଜନ ମାଧ୍ୟମରେ ମହାପ୍ରଭୁଙ୍କର ଯେଉଁ ଦର୍ଶନ ମିଳୁଛି ତାକୁ ବାସ୍ତବ ଦର୍ଶନ ଭାବି ଠାକୁରଙ୍କ କୃପା ଲାଭ କରନ୍ତୁ ବୋଲି କହିଛନ୍ତି ଗଜପତି। ଛେରାପହଁରା ଅନୁଭୂତି ଭାଷାରେ କହିହେବ ନାହିଁ। ସେହିପରି ଜଣେ ଆଦ୍ୟସେବକ ମହାପ୍ରଭୁଙ୍କର ରାଜସେବା, ରାଜନୀତି ଏବଂ ଛେରାପହଁରା କରୁଛନ୍ତି ଏବଂ ଆଉଜଣେ ଭକ୍ତ ବଡ଼ଦାଣ୍ଡରେ ଥାଇ ମହାପ୍ରଭୁଙ୍କୁ ଗୁହାରି ଜଣାଉଛନ୍ତି ବାସ୍ତବରେ ସେଥିରେ ତଫାତ୍‌ ନାହିଁ। ତଫାତ୍‌ ହେଉଛି ଭାବନାର। ଯଦି ଭାବନା ଏକ ତା’ହେଲେ ସେଥିରେ କୌଣସି ପାର୍ଥକ୍ୟ ନାହିଁ। ସେବା ଭିନ୍ନ ହେଲେ ବି ଅନ୍ତରର ଭାବନା ମହାପ୍ରଭୁ ଜାଣନ୍ତି। ଭକ୍ତ ବିନା ବଡ଼ଦାଣ୍ଡ ସେ ରଥଯାତ୍ରା ଭଳିଆ ଜଣାପଡେ ନାହିଁ। ମହାପ୍ରଭୁ ମଧ୍ୟ ରଥ ଉପରେ ବସି ତାଙ୍କ ଭକ୍ତଙ୍କୁ ଖୋଜୁଥିବେ। କିନ୍ତୁ ଆମେ ଯାହା ଦେଖୁଛୁ ମହାପ୍ରଭୁ କେବଳ ତାହା ଦେଖୁନାହାନ୍ତି। ସେ ତାଙ୍କ ଘରୁ ବଡ଼ଦାଣ୍ଡକୁ ବାହାରିଛନ୍ତି କେବଳ ବଡ଼ଦାଣ୍ଡ ଭକ୍ତଙ୍କ ପାଇଁ ନୁହେଁ, ସେ ହେଉଛନ୍ତି ଜଗତର ନାଥ। ତେଣୁ ସମସ୍ତ ଜଗତ ପାଇଁ ସେ ବାହାରିଛନ୍ତି । ସମଗ୍ର ସୃଷ୍ଟିରେ ଯେତିକି ପ୍ରାଣୀ ଅଛନ୍ତି ସେମାନେ ମହାପ୍ରଭୁଙ୍କ ଦର୍ଶନ କରିବେ। ସେ ଶରୀରରେ ଥାନ୍ତୁ ବା ଅଶରୀରି ଥାନ୍ତୁ। ସେହିପରି ସମସ୍ତ କଟକଣାକୁ ମାନି ବଡ଼ଦାଣ୍ଡକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରି ନ ଥିବା ଭକ୍ତଙ୍କୁ ଗଜପତି ମହାରାଜା ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri