ମହାନଦୀରେ ଅଘଟଣ, ମାଛ ମାରିବା ବେଳେ ବୁଡ଼ିଲା ଡଙ୍ଗା

ନରାଜ,୬।୧୧(ଡି.ଏନ୍‌.ଏ.): ମୁଣ୍ଡଳୀ ବ୍ୟାରେଜ୍‌ ମଧ୍ୟଭାଗର ମହାନଦୀରେ ବୁଧବାର ପୂର୍ବାହ୍ନ ୧୧ଟାରେ ମତ୍ସଜୀବୀମାନେ ମାଛ ମାରୁଥିବା ସମୟରେ ଅସାବଧାନତାବଶତଃ ଏକ ଡଙ୍ଗା ବୁଡ଼ିଯାଇଥିଲା। ଏହାଦେଖି ପାଖରେ ଥିବା ଅନ୍ୟ ମତ୍ସଜୀବୀମାନେ ସେଠାରେ ପହଞ୍ଚି ଦୁଇଟି ଡଙ୍ଗା ସାହାଯ୍ୟରେ ବୁଡ଼ି ଯାଉଥିବା ଡଙ୍ଗା ଓ ସେଥିରେ ଥିବା ୩ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ମତ୍ସଜୀବୀ ମୁଣ୍ଡଳୀ ଗ୍ରାମର ବୋଲି ଜଣାପଡ଼ିଛି।