ମହାନତିର ସାବିତ୍ରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା ହୋଇଛି ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍, ଅନ୍ଧାଧୁନ୍, ପଦ୍ମାବତ୍, ବଧାଈ ହୋ ଅାଦି ହିନ୍ଦୀ ସିନେମା ପୁରସ୍କାର ଲାଗି ଚୟନ କରାଯାଇଛି ଅନ୍ଧାଧୁନ୍ ଲାଗି ଅାୟୁଷ୍ମାନ୍ ଖୁରାନା ଓ ଉରି ସକାଶେ ଭିକି କୌଶଲ ଶ୍ରେଷ୍ଠ ଅଭିନେତା ଭାବେ ବଛାଯାଇଥତ୍ବା ବେଳେ ତେଲୁଗୁ ଓ ତାମିଲ ଭାଷାର ଦ୍ୱିଭାଷୀ ଚଳଚ୍ଚିତ୍ର ମହାନତି ଲାଗି ମାଲାୟଲୀ ଅଭିନେତ୍ରୀ କୀର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି କୀର୍ତ୍ତି ମହାନତିରେ ଅଭିନେତ୍ରୀ ସାବିତ୍ରୀ ଚରିତ୍ରରେ ନିଖୁଣ ଅଭିନୟ କରି ଲୋକପ୍ରିୟତା ଅର୍ଜନ ସହ ଜାତୀୟ ପୁରସ୍କାର ପାଇବାକୁ ଯାଉଥତ୍ବାରୁ ଏବେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଅାସିଛି
କୀର୍ତ୍ତି ୧୭ ଅୋବର ୧୯୯୨ରେ ମାଲାୟାଲମ ଫିଲ୍ମ ପ୍ରଯୋଜକ ସୁରେଶ କୁମାର ଓ ତାମିଲ ଅଭିନେତ୍ରୀ ମାନେକାଙ୍କଠାରୁ ଜନ୍ମଗ୍ରହଣ କରିଥତ୍ଲେ ବଡ଼ ଭଉଣୀ ରେବତୀ ସୁରେଶ ସିନେମାରେ ଭିଜୁଅାଲ ଅାର୍ଟିଷ୍ଟ ଭାବେ କାଯର୍ୟ କରନ୍ତି ଶାହରୁଖ୍ ଖାନ୍ଙ୍କ ପ୍ରଯୋଜନା ସଂସ୍ଥା ରେଡ୍ ଚିଲିଜ୍ ଲାଗି ମଧ୍ୟ ସେ କାଯର୍ୟ କରିଛନ୍ତି ଏକ କଳାକାର ପରିବାରରେ ଜନ୍ମଗ୍ରହଣ କରିଥତ୍ବାରୁ ପିଲାଟି ବେଳୁ କୀର୍ତ୍ତି ଅଭିନୟ ପ୍ରତି ଅାକର୍ଷିତ ହୋଇଥତ୍ଲେ ତାଙ୍କ ସ୍କୁଲ ଜୀବନ ତାମିଲନାଡୁର ଚେନ୍ନାଇଠାରେ ଅାରମ୍ଭ ହୋଇଥତ୍ଲା ଓ ସେହିଠାରେ ସେ ଚତୁର୍ଥ ଶ୍ରେଣୀ ଯାଏ ପାଠ ପଢ଼ିଥତ୍ଲେ ଏହା ପରେ କୀର୍ତ୍ତି କେରଳ ଥତ୍ରୁଭାନନ୍ଥପୁରମ୍ର ପାଟୋମ୍ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରିଥତ୍ଲେ ଫେଶନ ଡିଜାଇନିଂ ପଢ଼ିବା ଲାଗି ସେ ପୁନଶ୍ଚ ଚେନ୍ନାଇ ଫେରିଅାସି ପର୍ଲ ଏକାଡେମୀରେ ନାମ ଲେଖାଇଥତ୍ଲେ ସେଠାରୁ ଫେଶନ ଡିଜାଇନିଂରେ ଡିଗ୍ରୀ ଅର୍ଜନ କରିବା ପରେ କୀର୍ତ୍ତି ଲଣ୍ଡନଠାରେ ଦୁଇ ମାସ ଇଣ୍ଟର୍ନଶିପ୍ ଏବଂ ସ୍କଟଲାଣ୍ଡ୍ରେ ୪ ମାସିଅା ଭାବ ବିନିମୟ କାଯର୍ୟକ୍ରମରେ ଯୋଗ ଦେଇଥତ୍ଲେ ହେଲେ ଅଭିନୟ ପ୍ରତି କୀର୍ତ୍ତିଙ୍କ ଅାକର୍ଷଣ ତାଙ୍କୁ ପରିଚିତି ଅାଣିଦେଇଛି ତାଙ୍କ ଫିଲ୍ମ କ୍ୟାରିୟର ଦେଖତ୍ଲେ ସେ ମାଲାୟାଲି, ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ ନିଜର ପ୍ରଭାବ ଜାରି ରଖତ୍ଛନ୍ତି ୨୦୦୦ ମସିହାରେ ଶିଶୁ କଳାକାର ଭାବେ ପିତାଙ୍କ ପ୍ରଯୋଜିତ ଫିଲ୍ମ ପାଇଲଟ୍ସରୁ ତାଙ୍କ ଯାତ୍ରା ଅାରମ୍ଭ ହୋଇଥତ୍ଲା ସେହିପରି ପିତାଙ୍କ ଅନ୍ୟାନ୍ୟ ସିନେମା ୨୦୦୧ରେ ଅଚେନେୟାନେନିକିସ୍ଥାମ୍, ୨୦୦୨ରେ କୁବେରାନ୍ ଏବଂ କେତେକ ଟେଲିଭିଜନ ଧାରାବାହିକରେ ସେ ଅଭିନୟ କରିଥତ୍ଲେ ତେବେ କୁବେରାନ୍ର ୧୧ ବର୍ଷ ପରେ ତାଙ୍କୁ ଗୀତାଞ୍ଜଳିରେ ମୁଖ୍ୟ ଅଭିନେତ୍ରୀ ଭୂମିକା ମିଳିଥତ୍ଲା ଏହି ସମୟରେ ସେ ପାଠ ପଢ଼ୁଥତ୍ଲେ ସେମିଷ୍ଟର ପରୀକ୍ଷା ମଝିରେ ସେ ଶୁଟିଂ ପାଇଁ ଯାଉଥତ୍ବା ତାଙ୍କ ପକ୍ଷେ ଚ୍ୟାଲେଞ୍ଜ ସୃଷ୍ଟି କରିଥତ୍ଲା ୨୦୧୪ରେ ରିଙ୍ଗ୍ ମାଷ୍ଟରରେ ଜଣେ ଦୃଷ୍ଟିହୀନା ଭୂମିକାରେ ଅଭିନୟ କରିଥତ୍ଲେ ସେତେବେଳେ ଏହି ରୋଲ୍ ଗୀତାଞ୍ଜଳିରେ ମିଳିଥତ୍ବା ଭୂମିକାଠାରୁ ଅଧତ୍କ ଅାହ୍ବାନ ସୃଷ୍ଟି କରିଥତ୍ଲା ସମୟ ତାଙ୍କୁ ସହାୟକ ହେବାରୁ ରିଙ୍ଗ୍ ମାଷ୍ଟର ସୁପରହିଟ୍ ହୋଇଥତ୍ଲା ଓ ବାଣିଜି୍ୟକ ଦୃଷ୍ଟିରୁ ସଫଳତା ପାଇଥତ୍ଲା ଏହା ପରେ ତାଙ୍କ ଚାହିଦା ବୃଦ୍ଧି ପାଇବାରୁ ସେ ତାମିଲ ଫିଲ୍ମରେ ଅଭିନୟ ସୁଯୋଗ ପାଇଥତ୍ଲେ ୨୦୧୫ରେ ଇଧୁ ଇନ୍ନା ମାୟାମ୍ରେ କୀର୍ତ୍ତି ଲୋକପ୍ରିୟ ନାୟକ ବିକ୍ରମ ପ୍ରଭୁଙ୍କ ସହ ଅଭିନୟ କରିବା ସହ ଏକାଧତ୍କ ତାମିଲ ଫିଲ୍ମରେ ଅଭିନୟ କରିଥତ୍ଲେ ୨୦୧୬ରେ ସେ ତେଲୁଗୁ ଫିଲ୍ମ ନେନୁ ଶୈଲଜାରେ ପଦାର୍ପଣ କରିଥତ୍ଲେ ୨୦୧୭ରେ ବୈରଭ ଚଳଚ୍ଚିତ୍ରରେ ବିଜୟଙ୍କ ବିପକ୍ଷରେ ନାୟିକା ସାଜିଥତ୍ଲେ ୨୦୧୮ରେ ତେଲୁଗୁ ଓ ତାମିଲ ଦ୍ୱିଭାଷୀ ସିନେମା ମହାନତିରେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସ୍ବର୍ଗତା ସାବିତ୍ରୀଙ୍କ ଜୀବନୀ ଉପରେ ଅାଧାରିତ ଚରିତ୍ରରେ ଅଭିନୟ କରି ସେ ପ୍ରଶଂସା ସାଉଁଟିଥତ୍ଲେ ଫଳସ୍ବରୂପ ତାହା ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ଲାଗି ସହାୟକ ହୋଇପାରିଛି
ନିକଟରେ ମୁକ୍ତିଲାଭ କରିଥତ୍ବା ସମୟ ୨, ଦି ସିକୁଏଲ୍ ଅଫ୍ ସମୟ, ସାଣ୍ଡାକୋଝିରେ କୀର୍ତ୍ତିଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖତ୍ଛି ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ୨୦୧୯ରେ ମାଲାୟଲି, ତେଲୁଗୁ ଏବଂ ତାମିଲ ଫିଲ୍ମରେ ଅଭିନୟ କରିବା ଲାଗି ତାଙ୍କୁ ପଯର୍ୟାପ୍ତ ସୁଯୋଗ ମିଳିଛି ଏପରି କି ଦକ୍ଷିଣ ଭାରତର ଅନ୍ୟତମ ସୁପରଷ୍ଟାର ନଗାର୍ଜୁନଙ୍କ ସହ ଅଭିନୟ କରୁଥତ୍ବାରୁ କୀର୍ତ୍ତି ଅତ୍ୟନ୍ତ ଖୁସି ଥତ୍ବା କହିଛନ୍ତି ଅାଞ୍ଚଳିକ ଫିଲ୍ମରେ ନିଖୁଣ ଅଭିନୟ କରି ବିଚାରକମଣ୍ଡଳୀଙ୍କ ମନ ଜିଣିପାରିଥତ୍ବାରୁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ମିଳିପାରିଛି ବୋଲି କୁହାଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri