Posted inଫୁରସତ

ମହାକାଶ ପର୍ଯ୍ୟଟନ ଦୌଡ଼ରେ ତିନୋଟି କମ୍ପାନୀ

ନୂଆଦିଲ୍ଲୀ: ଆଜକୁ ୫୦ ବର୍ଷ ପୂର୍ବେ ଯେତେବେଳେ ମଣିଷ ପ୍ରଥମେ ଚନ୍ଦ୍ରକୁ ଯାଇଥିଲା ସେତେବେଳେ ସ୍ପେସ୍‌ ଏକ୍ସର ସିଇଓ ଏଲନ୍‌ ମସ୍କ ଜନ୍ମ ହୋଇନଥିଲେ , ବ୍ଲୁ ଓରିଜିନର ମାଲିକ ଜେଫ୍‌ ବେଜୋସ୍‌ଙ୍କ ବୟସ ଥିଲା ୫ ଓ ଭର୍ଜିନ ଗାଲାଷ୍ଟିକ୍‌ର ମାଲିିକ ରିଚାର୍ଡ ବ୍ରାନ୍‌ସନ ଥିଲେ କିଶୋର । ଆଜି ଏହି ତିନିଜଣ ମହାକାଶ ପର୍ଯ୍ୟଟନର ବିକାଶ କରିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। ଏବେସୁଦ୍ଧା ଭର୍ଜିନ ଗାଲାଷ୍ଟିକ ୬୦ଟି ଦେଶରୁ ୬୦୦ ଲୋକଙ୍କୁ କମ୍ପାନୀର ସ୍ପେସ୍‌କା୍ରଫ୍ଟ ହ୍ବାଇଟ୍‌ନାଇଟ-୨ ଓ ସ୍ପେସ୍‌ଶିପ୍‌-୨ ଲାଗି ବୁକିଂ କରିସାରିଲାଣି। ଏହି କମ୍ପାନୀ ବି ନ୍ୟୁ ମେକ୍ସିିକୋରେ ନିଜସ୍ବ ସ୍ପେସ୍‌ପୋର୍ଟ ଉଦ୍‌ଘାଟନ କରିସାରିଛି। ଏହା ପୃଥିବୀର ପ୍ରଥମ କମର୍ସିଆଲ ସ୍ପେସ୍‌ପୋର୍ଟ। ସ୍ପେସ୍‌କ୍ରାଫ୍ଟରୁ ମାଧ୍ୟାକର୍ଷଣ ଶୂନ୍ୟସ୍ଥାନରୁ ପୃଥିବୀକୁ ଦେଖିତ୍ବାର ସୁଯୋଗ ଦେବ ବୋଲି ଭର୍ଜିନ ଗାଲାଷ୍ଟିକ୍‌ କମ୍ପାନୀ ପକ୍ଷରୁ କୁହାଯାଇଛି। ଜାପାନର ବିଲିୟନେୟାର ୟେସାକୁ ମେଜାଓ୍ବାଙ୍କୁ ପ୍ରଥମେ ତା’ର ବିଗ୍‌ ଫାଲ୍‌କନ ରକେଟ୍‌ରେ ଚନ୍ଦ୍ରକୁ ନେବା ପାଇଁ ବୁକିଂ କରିସାରିଛି। କିନ୍ତୁ ଏହି ରକେଟ ଏବେ ନିର୍ମାଣ କରାଯାଉଛି। ଚନ୍ଦ୍ରକୁ ମେଜାଓ୍ବାଙ୍କ ଭ୍ରମଣ ୨୦୨୩ ସୁଦ୍ଧା ହେବ ବୋଲି କୁହାଯାଇଛି। ଏଥିପାଇଁ ତାଙ୍କୁ ୩,୮୫,୦୦୦ କିଲୋମିଟର ଯାତ୍ରା କରିବାକୁ ପଡିିବ। କିନ୍ତୁ ଜେଫ୍‌ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନ୍‌ ଚନ୍ଦ୍ର ସହ ଅନ୍ୟ ଗ୍ରହରେ କଲୋନୀ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଏହି କମ୍ପାନୀ ନ୍ୟୁ ସେଫର୍ଡ ଓ ନ୍ୟୁ ଗ୍ଲେନ୍‌ ରକେଟ ନିର୍ମାଣ କରୁଛି। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବେଜୋସ ନିଜର ବ୍ଲୁ ମୁନ୍‌ ଲୁନାର ଲ୍ୟାଣ୍ଡର ପାଇଁ ଏହି ବର୍ଷ ଘୋଷଣା କରିସାରିଛନ୍ତି। ଏହି ଲ୍ୟାଣ୍ଡର୍‌ର ବ୍ୟକ୍ତିଙ୍କୁ ଜିନିଷ ସହ ନେବାର କ୍ଷମତା ରହିଛି। ବ୍ଲୁ ଓରିଜିନ କମ୍ପାନୀକୁ ମହାକାଶ ଜ୍ଞାନକୌଶଳର ବିକାଶ ପାଇଁ ନାସା ମନୋନୀତ କରିସାରିଛି। ନାସାର ମିଶନ୍‌ ଆର୍ଟିମିସ୍‌ ପାଇଁ ବ୍ଲୁ ଓରିଜିନ ସହଯୋଗର ହାତ ମଧ୍ୟ ବଢ଼ାଇଛି । ମହାକାଶ ବୈଜ୍ଞାନିକଙ୍କ କହିବା ମୁତାବକ ଏହି ତିନୋଟି କମ୍ପାନୀ ଆଗାମୀ ଦିନରେ ଚନ୍ଦ୍ରକୁ ମଣିଷ ନେବାରେ ପ୍ରମୁଖ ଭୂମିକା ନିର୍ବାହ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri