Posted inଫୁରସତ

ମହାକାଶ ପର୍ଯ୍ୟଟନ ଦୌଡ଼ରେ ତିନୋଟି କମ୍ପାନୀ

ନୂଆଦିଲ୍ଲୀ: ଆଜକୁ ୫୦ ବର୍ଷ ପୂର୍ବେ ଯେତେବେଳେ ମଣିଷ ପ୍ରଥମେ ଚନ୍ଦ୍ରକୁ ଯାଇଥିଲା ସେତେବେଳେ ସ୍ପେସ୍‌ ଏକ୍ସର ସିଇଓ ଏଲନ୍‌ ମସ୍କ ଜନ୍ମ ହୋଇନଥିଲେ , ବ୍ଲୁ ଓରିଜିନର ମାଲିକ ଜେଫ୍‌ ବେଜୋସ୍‌ଙ୍କ ବୟସ ଥିଲା ୫ ଓ ଭର୍ଜିନ ଗାଲାଷ୍ଟିକ୍‌ର ମାଲିିକ ରିଚାର୍ଡ ବ୍ରାନ୍‌ସନ ଥିଲେ କିଶୋର । ଆଜି ଏହି ତିନିଜଣ ମହାକାଶ ପର୍ଯ୍ୟଟନର ବିକାଶ କରିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। ଏବେସୁଦ୍ଧା ଭର୍ଜିନ ଗାଲାଷ୍ଟିକ ୬୦ଟି ଦେଶରୁ ୬୦୦ ଲୋକଙ୍କୁ କମ୍ପାନୀର ସ୍ପେସ୍‌କା୍ରଫ୍ଟ ହ୍ବାଇଟ୍‌ନାଇଟ-୨ ଓ ସ୍ପେସ୍‌ଶିପ୍‌-୨ ଲାଗି ବୁକିଂ କରିସାରିଲାଣି। ଏହି କମ୍ପାନୀ ବି ନ୍ୟୁ ମେକ୍ସିିକୋରେ ନିଜସ୍ବ ସ୍ପେସ୍‌ପୋର୍ଟ ଉଦ୍‌ଘାଟନ କରିସାରିଛି। ଏହା ପୃଥିବୀର ପ୍ରଥମ କମର୍ସିଆଲ ସ୍ପେସ୍‌ପୋର୍ଟ। ସ୍ପେସ୍‌କ୍ରାଫ୍ଟରୁ ମାଧ୍ୟାକର୍ଷଣ ଶୂନ୍ୟସ୍ଥାନରୁ ପୃଥିବୀକୁ ଦେଖିତ୍ବାର ସୁଯୋଗ ଦେବ ବୋଲି ଭର୍ଜିନ ଗାଲାଷ୍ଟିକ୍‌ କମ୍ପାନୀ ପକ୍ଷରୁ କୁହାଯାଇଛି। ଜାପାନର ବିଲିୟନେୟାର ୟେସାକୁ ମେଜାଓ୍ବାଙ୍କୁ ପ୍ରଥମେ ତା’ର ବିଗ୍‌ ଫାଲ୍‌କନ ରକେଟ୍‌ରେ ଚନ୍ଦ୍ରକୁ ନେବା ପାଇଁ ବୁକିଂ କରିସାରିଛି। କିନ୍ତୁ ଏହି ରକେଟ ଏବେ ନିର୍ମାଣ କରାଯାଉଛି। ଚନ୍ଦ୍ରକୁ ମେଜାଓ୍ବାଙ୍କ ଭ୍ରମଣ ୨୦୨୩ ସୁଦ୍ଧା ହେବ ବୋଲି କୁହାଯାଇଛି। ଏଥିପାଇଁ ତାଙ୍କୁ ୩,୮୫,୦୦୦ କିଲୋମିଟର ଯାତ୍ରା କରିବାକୁ ପଡିିବ। କିନ୍ତୁ ଜେଫ୍‌ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନ୍‌ ଚନ୍ଦ୍ର ସହ ଅନ୍ୟ ଗ୍ରହରେ କଲୋନୀ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଏହି କମ୍ପାନୀ ନ୍ୟୁ ସେଫର୍ଡ ଓ ନ୍ୟୁ ଗ୍ଲେନ୍‌ ରକେଟ ନିର୍ମାଣ କରୁଛି। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବେଜୋସ ନିଜର ବ୍ଲୁ ମୁନ୍‌ ଲୁନାର ଲ୍ୟାଣ୍ଡର ପାଇଁ ଏହି ବର୍ଷ ଘୋଷଣା କରିସାରିଛନ୍ତି। ଏହି ଲ୍ୟାଣ୍ଡର୍‌ର ବ୍ୟକ୍ତିଙ୍କୁ ଜିନିଷ ସହ ନେବାର କ୍ଷମତା ରହିଛି। ବ୍ଲୁ ଓରିଜିନ କମ୍ପାନୀକୁ ମହାକାଶ ଜ୍ଞାନକୌଶଳର ବିକାଶ ପାଇଁ ନାସା ମନୋନୀତ କରିସାରିଛି। ନାସାର ମିଶନ୍‌ ଆର୍ଟିମିସ୍‌ ପାଇଁ ବ୍ଲୁ ଓରିଜିନ ସହଯୋଗର ହାତ ମଧ୍ୟ ବଢ଼ାଇଛି । ମହାକାଶ ବୈଜ୍ଞାନିକଙ୍କ କହିବା ମୁତାବକ ଏହି ତିନୋଟି କମ୍ପାନୀ ଆଗାମୀ ଦିନରେ ଚନ୍ଦ୍ରକୁ ମଣିଷ ନେବାରେ ପ୍ରମୁଖ ଭୂମିକା ନିର୍ବାହ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri