ମହାକାଶ ଇତିହାସରେ ପ୍ରଥମ ଘଟଣା: ଅକ୍ଟୋବର ୨୧ରେ ସ୍ସେସ୍‌ ଓ୍ବାକ୍‌ କରିବେ ୨ ମହିଳା

ଓ୍ବାଶିଂଟନ,୬।୧୦: ମହାକାଶ ଇତିହାସରେ ଏକ ନୂଆ ଘଟଣା ଘଟିବାକୁ ଯାଉଛି। ଅକ୍ଟୋବର ୨୧ରେ ୨ ଜଣ ମହିଳା ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବାହାରେ ସ୍ପେସ୍‌ ଓ୍ବାକ୍‌ କରିବେ। ମହାକାଶଚାରୀ ଜେସିକା ମୀର୍‌ ଏବଂ କ୍ରେଷ୍ଟିନା କୋଚ୍‌ ମହାକାଶ କେନ୍ଦ୍ରର ବାହାରେ ଲାଗିଥିବା ସୋଲାର ପ୍ୟାନେଲ୍‌ରେ  ଲିଥିୟମ୍‌ ବ୍ୟାଟେରୀର ପରିବର୍ତ୍ତନ କରିବେ। ପ୍ରଥମେ ଏହା ମାର୍ଚ୍ଚ ମାସରେ ହେବାର ଥିଲା। ତେବେ ସ୍ପେସ୍‌ ସୁଟ୍‌ ଅଭାବରୁ ଏହା ହୋଇପାରି ନ ଥିଲା। ଅକ୍ଟୋବର ମାସରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବାହାରେ ୫ ଥର ସ୍ପେସ୍‌ ଓ୍ବାକ୍‌ କରାଯିବ। ଏଠାରେ ଥିବା ୬ ମହାକାଶଚାରୀ କେନ୍ଦ୍ରର ମରାମତି କରିବେ। ଏବେ ଏହି କେନ୍ଦ୍ରରେ ମହାକାଶଚାରୀ ଜେସିକା ମୀର୍‌, କ୍ରେଷ୍ଟିନା କୋଚ୍‌, ଏଣ୍ଡ୍ର୍ୟୁ ମୋର୍ଗନ, ଓଲେଗ ସ୍କିପୋଚା, ଆଲେକ୍ସଜାଣ୍ଡାର ସ୍କବୋର୍ତସୋବ୍‌ ଏବଂ ଲୁକା ପରମିତାନୋ ରହିଛନ୍ତି। ଅକ୍ଟୋବର ୧୧, ୧୬, ୨୧, ୨୫ ଏବଂ ୩୧ରେ ସ୍ପେସ୍‌ ଓ୍ବାକ୍‌ କରାଯିବାର ଯୋଜନା ରହିଛି।

Share