ମହନୀୟତା ଦେଖାଇଲେ ନଳିନୀ: ଏଟିଏମ୍‌ କାଉଣ୍ଟରରୁ ମିଳିଥିବା ଟଙ୍କା ବ୍ୟାଙ୍କରେ ଫେରାଇଲେ

ଭଦ୍ରକ ଅଫିସ, ୨୬ା୨- ମହନୀୟତା ଦେଖାଇଲେ ନଳିନୀକାନ୍ତ ପଣ୍ଡା। ଯଦିଓ ସେ ଜଣେ ମୋବାଇଲ ଦୋକାନୀ କିନ୍ତୁ ତାଙ୍କ ମାନବିକତାକୁ ନେଇ ଭଦ୍ରକ ସହରରେ ଚର୍ଚ୍ଚା ଜୋର ଧରିଛି। ୨ ଦିନ ପୂର୍ବେ ତାଙ୍କ ମା’ ତାରିଣୀ ଫୋନ୍‌ ଇନ୍‌ ମୋବାଇଲ ଦୋକାନ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରେ କେହି ଜଣେ ୨୦ ହଜାର ଟଙ୍କା ଛାଡ଼ି ଚାଲିଯାଇଥିଲେ। ଏହି ଟଙ୍କା ପାଇ ସେ ତାଙ୍କ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି ଜଣେ ବ୍ୟକ୍ତି ଟଙ୍କା କାଢ଼ିବା ପାଇଁ ପାସୱାର୍ଡ ଦେଇଥିଲେ କିନ୍ତୁ ମେଶିନରୁ ଟଙ୍କା ବାହାରିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ମେଶିନ ଖରାପ ଥିବା ଭାବି ଚାଲିଯାଇଥିଲେ। ଉକ୍ତ ଟଙ୍କା ଏଟିଏମ୍‌ କାଉଣ୍ଟରରେ ବାହାରି ରହିଥିଲା। ଏହି ଟଙ୍କା ସେ ପାଇବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରକୃତ ତଥ୍ୟ ଦେଇ ନେଇଯିବା ପାଇଁ ଅନୁରୋଧ କରିଥିଲେ। ହେଲେ ୨ ଦିନ ଅପେକ୍ଷା ପରେ ମଧ୍ୟ କେହି ଟଙ୍କା ନ ନେବାରୁ ମଙ୍ଗଳବାର ଏସ୍‌ବିଆଇ ଭଦ୍ରକ ମୁଖ୍ୟ ବ୍ରାଞ୍ଚ ମ୍ୟାନେଜର୍‌ଙ୍କୁ ଜିମା ଦେଇଥିଲେ। ଏହିଭଳି ମାନବିକତାକୁ ନେଇ ସୋସିଆଲ ମିଡିଆରେ ନଳିନୀଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ସୂଚନା ଥାଉକି, ନଳିନୀ କାନ୍ତ ପଣ୍ଡାଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବଣିଆଁ ଗାଁରେ। ସେ ଚରମ୍ପା କଲେଜରେ ୨୦୦୭ରେ ଛାତ୍ର ସଙ୍ଗଠନର ସମ୍ପାଦକ ଓ ୨୦୦୮ରେ ସଭାପତି ଭାବେ ନିର୍ବାଚିତ ହୋଇ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଛନ୍ତି। ଏବେ ଭଦ୍ରକ ବିଜୁ ଜନତା ଦଳର ଅଗ୍ରଣୀ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଛନ୍ତି ଏବଂ କଲେଜ ରୋଡରେ ଏକ ମୋବାଇଲ ଦୋକାନ ଖୋଲି ଜୀବିକା ଚଳାଇ ଆସୁଛନ୍ତି। ପରବର୍ତ୍ତୀ ସୂଚନା ମୁତାବକ ଉକ୍ତ ଟଙ୍କା ବାଉଦପୁର ଅଞ୍ଚଳର ଜଣେ ସରକାରୀ କର୍ମଚାରୀ ସୁବୋଧ କୁମାର ଦାସଙ୍କ ବୋଲି ଜଣାପଡ଼ିଛି। ବ୍ୟାଙ୍କ ମାଧ୍ୟମରେ ସୁବୋଧଙ୍କୁ ଉକ୍ତ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri