ମହଙ୍ଗା ପଡ଼ିଲା ରଜ ଭୋଜି: କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷ ଗିରଫ

ଆନନ୍ଦପୁର,୧୪। ୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ନିକଟସ୍ଥ ପଡିଆରେ ସଙ୍ଗବଦ୍ଧ ଭାବେ ରଜ ଉପଲକ୍ଷେ ଭୋଜିର ଆସର ଚାଲିଥିବାବେଳେ ପୋଲିସ ଚଢାଉ କରି କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏ ନେଇ କେସ୍‌ ନଂ. ୭୯/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ରାମଚନ୍ଦ୍ରପୁର ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି। କରୋନା ମୁକାବିଲା ପାଇଁ ରଜ ଉତ୍ସବ ଉପଲକ୍ଷେ କେନ୍ଦୁଝର ଜିଲାରେ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଲାଗୁ କରାଯାଇଥିଲା। ଏହି ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।