ମହଙ୍ଗା ପଡ଼ିଲା ନକଲି ଇନ୍ସପେକ୍ଟରଙ୍କ ମିଶନ ଲଭ୍‌: ଗିରଫ ହେଲେ ଖବରଦାତା ଓ ସହଯୋଗୀ

ଭୁବନେଶ୍ୱର,୨୬।୪ (ବ୍ୟୁରୋ): ଶୁକ୍ରବାର ଜଣେ ନକଲି ମହିଳା ଆଇପିଏସ୍‌ଙ୍କ କାରନାମା ପଦାକୁ ଆସିଥିବା ବେଳେ ଶନିବାର ଅନୁରୂପ ଘଟଣା ଘଟିଛିି। ନକଲି ଇନ୍ସପେକ୍ଟରଙ୍କ ମିଶନ୍‌ ଲଭ୍‌ ମହଙ୍ଗା ପଡ଼ିଛି। ଜଣେ ଯୁବକ ନିଜକୁ ଖଣ୍ଡଗିରି ଥାନାର ଇନ୍ସପେକ୍ଟର ପରିଚୟ ଦେଇ ଫୋନ୍‌ରେ ଜଣେ ବଳାତ୍କାର ପୀଡ଼ିତା ନାବାଳିକାଙ୍କୁ ପ୍ରେମ ନିବେଦନ କରୁଥିଲେ। ଯୁବକଙ୍କ କଥାବାର୍ତ୍ତାରୁ ପୋଲିସ ହୋଇନଥିବା ଜାଣି ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। କେସ୍‌ ନଂ-୨୫୧/୨୦ରେ ମାମଲା ରୁଜୁ କରି ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ବଡ଼ଗଡ଼ କେନାଲରୋଡ଼ରେ ରହୁଥିବା ମନୋଜ ମହାନ୍ତି ଓ ଲକ୍ଷ୍ମୀସାଗରର ରବୀନ୍ଦ୍ର କୁମାର ସାହୁ। ପୋଲିସ ସେମାନଙ୍କଠାରୁ କାର୍‌,ଏକ ଗଣମାଧ୍ୟମର ଆଇକାର୍ଡ ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। ମନୋଜ ନିଜକୁ ଖବରଦାତାର ପରିଚୟ ଦେଇ ପୋଲିସକୁ ନାଲି ଆଖି ଦେଖାଉଥିଲେ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ସୂଚନା ଅନୁଯାୟୀ, ୨ମାସ ତଳେ ନାବାଳିକାଙ୍କୁ ବଳାକତ୍ାର କରାଯାଇଥିବା ନେଇ ଅଭିଯୋଗ ହେବାପରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା। ନାବାଳିକାଙ୍କ ଜଣେ ସାଙ୍ଗର ମାମୁ ହେଉଛନ୍ତି ରବୀନ୍ଦ୍ର। ସେ ଏହି ମଉକାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ। ନାବାଳିକାଙ୍କ ବାପା ନ ଥିବାରୁ ତାଙ୍କୁ ସବୁ ପ୍ରକାର ସହଯୋଗ କରିବେ ବୋଲି କହି ଏକୁଟିଆ ଡାକୁଥିଲେ। ହେଲେ ସେ ତାଙ୍କ ଚକ୍କରରେ ପଡ଼ିନଥିଲେ। ଏହାପରେ ରବୀନ୍ଦ୍ର ତାଙ୍କର ସାଙ୍ଗ ମନୋଜଙ୍କୁ ନାବାଳିକାଙ୍କ ବିଷୟରେ କହିଥିଲେ। ଖଣ୍ଡଗିରି ଥାନା ଅଧିକାରୀ ନାବାଳିକାଙ୍କ ସମସ୍ୟା ସମାଧାନ କରିଥିବାରୁ ତାଙ୍କ ପରିଚୟରେ କଥା ହେଲେ ସେ ବିଶ୍ୱାସ କରିବେ ବୋଲି ମନୋଜଙ୍କୁ ପ୍ରବର୍ତ୍ତାଇଥିଲେ। ଫୋନରେ ମନୋଜ ପ୍ରେମ ନିବେଦନ ସହ ଅଶ୍ଳୀଳ କଥାବାର୍ତ୍ତା କରିଥିଲେ, ଯାହାକୁ ନେଇ ନାବାଳିକାଙ୍କ ସନ୍ଦେହ ହୋଇଥିଲା। ଫୋନ୍‌ ଆସିଥିବା ୩ଟି ନମ୍ବରକୁ ପୋଲିସ ଯାଞ୍ଚ କରିବା ପରେ ତାହା ମନୋଜଙ୍କର ବୋଲି ଜଣାପଡ଼ିଥିଲା। ଫୋନ୍‌ ନମ୍ବର ଟ୍ରେସ୍‌ ପରେ ଧରାପଡ଼ିଥିଲେ ଅଭିଯୁକ୍ତ। ସୂଚନାଯୋଗ୍ୟ,ଗତ ସପ୍ତାହରେ ମନୋଜ କଳ୍ପନା ଛକରେ ଏକ ପରିବା ଦୋକାନୀଙ୍କୁ ମାଡ଼ ମାରିଥିଲେ। ପୋଲିସ ତାଙ୍କୁ ଅଟକାଇଥିଲେ ମଧ୍ୟ ନିଜକୁ ସାମ୍ବାଦିକ କହି ସେ ପୋଲିସକୁ ଗାଳିଗୁଲଜ କରିଥିଲେ। ଲକ୍ଷ୍ମୀସାଗର ଥାନାରେ ତାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri