ମହଙ୍ଗା ପଡ଼ିଲା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର: ବନ୍ଧା ହେଲେ ବାପ ପୁଅ

ଯୋଡା,୨୦।୬(ଡି.ଏନ.ଏ)-କେନ୍ଦୁଝର ଜିଲା ଯୋଡା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବାପ ପୁଅ।
ପୋଲିସ କହିଛି, ଶୁକ୍ରବାର ଯୋଡା ସହରରେ ଥାନା ଅଧିକାରୀ ରାଇସେନ୍‌ ମୁର୍ମୁ ମାସ୍କ ଚେକିଂ କରୁଥିଲେ। ଏହି ସମୟରେ ଯୋଡା ଅଞ୍ଚଳର ଯୁବକ ଜଜାତି ମହାନ୍ତ ମାସ୍କ ନ ପିନ୍ଧି ବାଇକରେ ଯାଉଥିବାବେଳେ ପୋଲିସ ତାଙ୍କୁ ଅଟକାଇ ଜରିମାନା କରିଥିଲେ। ମାତ୍ର ଜଜାତି ଜରିମାନା ଦେବାକୁ ମନା କରି ପୋଲିସକୁ ଦୁର୍ବ୍ୟବହାର କରିଥିଲେ। ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ନେଇଥିବାବେଳେ ତାଙ୍କ ବାପା ଦୟାନିଧି ମହାନ୍ତ ଥାନାକୁ ଆସି ଆଇଆଇସି ମୁର୍ମୁଙ୍କ ସମେତ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଏ ନେଇ ପୋଲିସ ନଂ .୧୦୧/୨୦ରେ ଏକ ମାମଲା ରୁଜୁ କରି ଉଭୟ ବାପପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ହୋଇଥିବା ବାପ ଓ ପୁଅ ଉଭୟ ଟାଟାଷ୍ଟିଲ କମ୍ପାନୀର କର୍ମଚାରୀ ବୋଲି ପୋଲିସ ସୂଚନା ଦେଇଛି।