ମର୍କତନଗର ଥାନାର ସୁରକ୍ଷା ଢିଲା: ଥାନା ଟେବୁଲ ଅଧିକାରୀମାନଙ୍କ ପାଇଁ ପାଲଟିଛି ବେଡ୍‌

ନରାଜ,୩୦ା୬(ଡିଏନ୍‌ଏ): ଶନିବାର ଅପରାହ୍ନ ପ୍ରାୟ ୩.୩୦। ମର୍କତନଗର ଥାନାର ମହିଳା ଓ ଶିଶୁ କଲ୍ୟାଣ ଡେସ୍କ ପ୍ରକୋଷ୍ଠ କବାଟ ଭିତରୁ ଆଉଜା ହୋଇଥାଏ। କବାଟ ଖୋଲି ଭିତରକୁ ଯିବାବେଳକୁ ଲାଇଟ୍‌ ବନ୍ଦ ହୋଇଥାଏ ଓ ପଙ୍ଖା ବୁଲୁଥାଏ। ପ୍ରକୋଷ୍ଠର ଟେବୁଲ ଉପରେ ନିଘୋଡ ନିଦରେ ଶୋଇଥାନ୍ତି ଥାନାର ଜଣେ ବଡ଼ବାବୁ। ଥାନାରେ ପହଞ୍ଚୁଥିବା ଅଭିଯୋଗକାରୀମାନଙ୍କୁ ସାମୟିକ ଆଶ୍ରୟ ଦେବା ଉଦ୍ଦେଶ୍ୟରେ ହୋଇଥିବା ଏହି ପ୍ରକୋଷ୍ଠ ମର୍କତନଗର ଥାନା କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଯେପରି ପାଲଟିଛି ବେଡ୍‌ରୁମ। କିଛି ବର୍ଷ ଭିତରେ ମର୍କତନଗର ଅଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏପରି କି ଛିନତାଇ ସଂଖ୍ୟା ମଧ୍ୟ ବେଶ ବଢ଼ିଲାଣି। ତେବେ ଦିନ ଦ୍ୱିପ୍ରହରରେ ଥାନା ଭିତରେ ଏପରି ଦୃଶ୍ୟ ମର୍କତନଗର ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମର୍କତନଗର ଥାନା ସେକ୍ଟର-୬ ଠାରୁ ସେକ୍ଟର-୯ ପର୍ଯ୍ୟନ୍ତ ଅଞ୍ଚଳକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଗଠନ କରାଯାଇଛି। ଏହା ଭିତରେ ହଇରାଣପୁର, ପେଟାନାଳ, ଇମାମପଡ଼ା, କାଠଯୋଡ଼ି ବିହାର, ବାଇଗଣ ବସ୍ତି ଭଳି ଅଞ୍ଚଳ ମଧ୍ୟ ରହିଛି। ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଘର ମଧ୍ୟ ଏହି ଥାନା ଅନ୍ତର୍ଗତ ଅଞ୍ଚଳରେ। ରାତିରେ ଗାଡ଼ି କାଚ ଭାଙ୍ଗିବା, ପ୍ରାତଃଭ୍ରମଣ ବେଳେ ସୁନାଚେନ ଛିନତାଇ କରିବା ଭଳି ଘଟଣା ବିଗତ ଦିନରେ ଘଟିଛି। ହେଲେ ପୋଲିସର ନିଷ୍କ୍ରିୟତା ନେଇ ସବୁବେଳେ ସ୍ଥାନୀୟ ଲୋକ ଅଭିଯୋଗ କରନ୍ତି। ଯାହାର ଉଦାହରଣ ଧରିତ୍ରୀର ହସ୍ତଗତ ହୋଇଛି। ସୁରକ୍ଷା ଦେବାର ପ୍ରତିଶ୍ରୁତିବଦ୍ଧ ପୋଲିସ ଦିନ ଦ୍ୱିପ୍ରହରରେ ଥାନା ଟେବୁଲ ଉପରେ ଶୋଇବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଏ ସମ୍ପର୍କରେ ଏସ୍‌ଆଇ ଡି.ଏସ୍‌ ଦାସ କୁହନ୍ତି, ଉକ୍ତ ପ୍ରକୋଷ୍ଠରେ ଥାନାର ବୈଠକ ଡକାଯାଏ। ଜଣେ ମହିଳା କନେଷ୍ଟବଳ ଦାୟିତ୍ୱରେ ଥିବା ବେଳେ ସେ ଖାଇବାକୁ ଯାଇଛନ୍ତି। ହେଲେ କିଏ ଶୋଇଛି ମୁଁ ଜାଣିନାହିଁ। ତେବେ ଶୋଇଥିବା ବାବୁଜଣଙ୍କ ନିଜର ପୋଲିସ ପୋଷାକ ଖୋଲି ଗାମୁଛା ପିନ୍ଧି ଶୋଇଥିବାବେଳେ ବେକରେ ସୁନାଚେନ, ହାତରେ ଦାମୀ ଘଣ୍ଟା ପିନ୍ଧିଥିଲେ। ତାଙ୍କର ଠାଣିରୁ ସେ ଜଣେ ଉଚ୍ଚପଦସ୍ଥ ଅଧିକାରୀଭଳି ଲାଗୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri