ମର୍କତନଗର ଥାନାର ସୁରକ୍ଷା ଢିଲା: ଥାନା ଟେବୁଲ ଅଧିକାରୀମାନଙ୍କ ପାଇଁ ପାଲଟିଛି ବେଡ୍‌

ନରାଜ,୩୦ା୬(ଡିଏନ୍‌ଏ): ଶନିବାର ଅପରାହ୍ନ ପ୍ରାୟ ୩.୩୦। ମର୍କତନଗର ଥାନାର ମହିଳା ଓ ଶିଶୁ କଲ୍ୟାଣ ଡେସ୍କ ପ୍ରକୋଷ୍ଠ କବାଟ ଭିତରୁ ଆଉଜା ହୋଇଥାଏ। କବାଟ ଖୋଲି ଭିତରକୁ ଯିବାବେଳକୁ ଲାଇଟ୍‌ ବନ୍ଦ ହୋଇଥାଏ ଓ ପଙ୍ଖା ବୁଲୁଥାଏ। ପ୍ରକୋଷ୍ଠର ଟେବୁଲ ଉପରେ ନିଘୋଡ ନିଦରେ ଶୋଇଥାନ୍ତି ଥାନାର ଜଣେ ବଡ଼ବାବୁ। ଥାନାରେ ପହଞ୍ଚୁଥିବା ଅଭିଯୋଗକାରୀମାନଙ୍କୁ ସାମୟିକ ଆଶ୍ରୟ ଦେବା ଉଦ୍ଦେଶ୍ୟରେ ହୋଇଥିବା ଏହି ପ୍ରକୋଷ୍ଠ ମର୍କତନଗର ଥାନା କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଯେପରି ପାଲଟିଛି ବେଡ୍‌ରୁମ। କିଛି ବର୍ଷ ଭିତରେ ମର୍କତନଗର ଅଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏପରି କି ଛିନତାଇ ସଂଖ୍ୟା ମଧ୍ୟ ବେଶ ବଢ଼ିଲାଣି। ତେବେ ଦିନ ଦ୍ୱିପ୍ରହରରେ ଥାନା ଭିତରେ ଏପରି ଦୃଶ୍ୟ ମର୍କତନଗର ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମର୍କତନଗର ଥାନା ସେକ୍ଟର-୬ ଠାରୁ ସେକ୍ଟର-୯ ପର୍ଯ୍ୟନ୍ତ ଅଞ୍ଚଳକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଗଠନ କରାଯାଇଛି। ଏହା ଭିତରେ ହଇରାଣପୁର, ପେଟାନାଳ, ଇମାମପଡ଼ା, କାଠଯୋଡ଼ି ବିହାର, ବାଇଗଣ ବସ୍ତି ଭଳି ଅଞ୍ଚଳ ମଧ୍ୟ ରହିଛି। ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଘର ମଧ୍ୟ ଏହି ଥାନା ଅନ୍ତର୍ଗତ ଅଞ୍ଚଳରେ। ରାତିରେ ଗାଡ଼ି କାଚ ଭାଙ୍ଗିବା, ପ୍ରାତଃଭ୍ରମଣ ବେଳେ ସୁନାଚେନ ଛିନତାଇ କରିବା ଭଳି ଘଟଣା ବିଗତ ଦିନରେ ଘଟିଛି। ହେଲେ ପୋଲିସର ନିଷ୍କ୍ରିୟତା ନେଇ ସବୁବେଳେ ସ୍ଥାନୀୟ ଲୋକ ଅଭିଯୋଗ କରନ୍ତି। ଯାହାର ଉଦାହରଣ ଧରିତ୍ରୀର ହସ୍ତଗତ ହୋଇଛି। ସୁରକ୍ଷା ଦେବାର ପ୍ରତିଶ୍ରୁତିବଦ୍ଧ ପୋଲିସ ଦିନ ଦ୍ୱିପ୍ରହରରେ ଥାନା ଟେବୁଲ ଉପରେ ଶୋଇବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଏ ସମ୍ପର୍କରେ ଏସ୍‌ଆଇ ଡି.ଏସ୍‌ ଦାସ କୁହନ୍ତି, ଉକ୍ତ ପ୍ରକୋଷ୍ଠରେ ଥାନାର ବୈଠକ ଡକାଯାଏ। ଜଣେ ମହିଳା କନେଷ୍ଟବଳ ଦାୟିତ୍ୱରେ ଥିବା ବେଳେ ସେ ଖାଇବାକୁ ଯାଇଛନ୍ତି। ହେଲେ କିଏ ଶୋଇଛି ମୁଁ ଜାଣିନାହିଁ। ତେବେ ଶୋଇଥିବା ବାବୁଜଣଙ୍କ ନିଜର ପୋଲିସ ପୋଷାକ ଖୋଲି ଗାମୁଛା ପିନ୍ଧି ଶୋଇଥିବାବେଳେ ବେକରେ ସୁନାଚେନ, ହାତରେ ଦାମୀ ଘଣ୍ଟା ପିନ୍ଧିଥିଲେ। ତାଙ୍କର ଠାଣିରୁ ସେ ଜଣେ ଉଚ୍ଚପଦସ୍ଥ ଅଧିକାରୀଭଳି ଲାଗୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri