Posted inଜାତୀୟ

ଜମ୍ମୁ ଛାଡିଲେ ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳ

ଶ୍ରୀନଗର,୩୦।୬: ଅମରନାଥ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ରବିବାର ଜମ୍ମୁ ଛାଡିଛନ୍ତି। ସେମାନେ କଶ୍ମୀରରେ ପହଞ୍ଚିବା ପରେ ସୋମବାରଠାରୁ ୪୫ ଦିନିଆ ଅମରନାଥ ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ଅଗଷ୍ଟ ୧୫ ଶ୍ରାବଣ ପୂର୍ଣ୍ଣିମାରେ ଶେଷ ହେବ। ପ୍ରଥମ ତୀର୍ଥଯାତ୍ରୀ ଦଳରେ ଏକ ହଜାର ୮ଶହ ୩୯ ପୁରୁଷ, ୩ଶହ ୩୩ ମହିଳା, ୪୫ ସାଧୁ ଏବଂ ୧୭ ଜଣ ଛୋଟ ପିଲା ଅଛନ୍ତି। ତୀର୍ଥଯାତ୍ରୀମାନେ କଶ୍ମୀରର ବାଲଟାଲ ଏବଂ ପହଲଗାମ୍‌ ବେସ୍‌କ୍ୟାମ୍ପ୍‌ରୁ ଯାତ୍ରା ଆରମ୍ଭ କରିବେ। ବାଲଟାଲରୁ ଏକ ହଜାର ୫୧ ଏବଂ ପହଲଗାମ୍‌ଠାରୁ ଏକ ହଜାର ଶହେ ୮୩ ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିବେ। ସୁରକ୍ଷା ଦୃଷ୍ଟିରୁ କଶ୍ମୀରରେ ତୀର୍ଥଯାତ୍ରୀ ନ ପହଞ୍ଚିବା ପର୍ଯ୍ୟନ୍ତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସାଧାରଣ ଯାତାୟତ ବନ୍ଦ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବାଦରେ ଉପହାସ

ବିଶ୍ୱବିଖ୍ୟାତ ଔପନ୍ୟାସିକ ଚେକୋସ୍ଲୋଭାକିଆର ମିଲାନ କୁଣ୍ଡେରା ଅନେକ ବର୍ଷ ପୂର୍ବେ କହିଥିଲେ- ଯେତେବେଳେ କ୍ଷମତାରେ ଥିବା ଶକ୍ତିଶାଳୀ ଲୋକଙ୍କୁ ଦେଖି ସାଧାରଣ ନାଗରିକ ଉପହାସ କରିଥାନ୍ତି, ସେତେବେଳେ…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି।…

ପୁଣି ନୂଆ ଭିଡିଓ ଶେୟାର କରି ବଡ଼ ଘୋଷଣା କଲେ ମୋଦି, ଗଠନ ହେଲା…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସଂସ୍କାରକୁ ନେଇ ଗମ୍ଭୀର ନଜର ଆସୁଛନ୍ତି। ପ୍ରଥମେ NTAରେ ପ୍ରଶାସନିକ ପରିବର୍ତ୍ତନ ସହିତ ପୂର୍ବତନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri