ମନ୍ଦିର କାନ୍ଥରେ ପିଟିହେଲା କାର୍‌

କଣ୍ଟାମାଳ,୨୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଖଟଖଟିଆ ମେଟାକାନୀ ମନ୍ଦିର କାନ୍ଥରେ ଗୁରୁବାର ମଧ୍ୟାହ୍ନରେ ଏକ କାର୍‌ ପିଟି ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଆହତ ହୋଇଥିବା ବେଳେ ଡ୍ରାଇଭରଙ୍କ ସମ୍ପର୍କରେ ପୋଲିସ କୌଣସି ସୂଚନା ଦେଇନାହିଁ। ଦୁର୍ଘଟଣାରେ ମନ୍ଦିର କାନ୍ଥ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।