ମନ୍ଥର ଗତିରେ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଜଳେଶ୍ୱର, ୯।୨(ସ୍ବ.ପ୍ର.)-ଦୁଇବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ବାଲେଶ୍ୱର ଜିଲାର ଚାଲନ୍ତି ରେଳ ଓଭରବ୍ରିଜ୍‌ର ଅବଧି ଆଉ ୬ମାସ ବାକି ଅଛି। ଏହାର ଏକ ଚତୁର୍ଥାଂଶ କାମ ସରିଥିବାରୁ ପ୍ରକଳ୍ପ କାମ ଶେଷ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନିର୍ମାଣ କାମ ମନ୍ଥର ଗତିରେ ଚାଲିଛି। ମରାମତି ଅଭାବରୁ ପୁରୁଣା ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି। ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ ସହିତ ପୁରୁଣା ରାସ୍ତାର ମରାମତି ଦ୍ରୁତ ଗତିରେ କରାଯିବାକୁ ଦାବି ହେଉଛି ା
୬୦ନଂ. ଜାତୀୟ ରାଜପଥର ଚାଲନ୍ତିଠାରୁ ଜଳେଶ୍ୱର, ଦାନ୍ତୁନ, ଖଡ଼ଗପୁର, ରାଇବଣିଆ, ଗୋପୀବଲ୍ଲଭପୁର ଓ ଏପରିକି ଚନ୍ଦନେଶ୍ୱର, ଦୀଘା ଯିବା ପାଇଁ ରେଳ ଲେଭଲ କ୍ରସିିଂ ବାଧକ ସୃଷ୍ଟି କରୁଛି। ବାରମ୍ବାର ଲେଭଲ କ୍ରସିଂ ଫାଟକ ପଡୁଥିବାରୁ ଯାନବାହନଗୁଡିକ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡୁଛି। ବହୁ ଦାବି, ଆନ୍ଦୋଳନ ପରେ ୨୦୧୫ରେ ତତ୍କାଳୀନ ଏମ୍‌ପି ଇଂ. ରବୀନ୍ଦ୍ର କୁମାର ଜେନା ଓ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ହସ୍ତକ୍ଷେପ ଫଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ସେଠାରେ ଏକ ରେଳ ଓଭରବ୍ରିଜ୍‌ ( ଆର୍‌ଓବି-୫୨) ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ଫଳରେ ଚାଲନ୍ତିଠାରେ ୪୦୮ମିଟର ଲମ୍ବ ଓ ୧୩.୫ ମିଟର ଓସାରର ପୋଲ ସହିତ ଏକ ମିଟର ଓସାରର ଫୁଟ ଓଭରବ୍ରିଜ୍‌ ଓ ୨୦୦ ମିଟର ଆପ୍ରୋଚ୍‌ରୋଡ ନିର୍ମାଣ ବାବଦ ମୋଟ ୬୧ କୋଟି ୯୫ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଏଥିରେ ମୋଟ ୩୧ଟି ପିଲର୍‌ ରହିବାକୁ ଥିବା ବେଳେ ୩୭.୨୫ ମିଟର ଲମ୍ବର ୪ଟି ରେଳ ବିଭାଗର ପିଲର୍‌ ଓ ୧୯.୨୫ ମିଟର ଲମ୍ବର ଅନ୍ୟ ୨୭ଟି ପିଲର୍‌ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଠିକାଦାର ନିର୍ମାଣ କରିବାର ଚୁକ୍ତି ହୋଇଥିଲା। ଚୁକ୍ତି ଅନୁଯାୟୀ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ୨୦ା୭ା୧୮ରେ ଆରମ୍ଭ ହୋଇଥିବା ବେଳେ ୧୯ା୭ା୨୦୨୦ରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ୪୯ କୋଟି ୯୨ଲକ୍ଷ ୫୭ ହଜାର ୦୨୮ଟଙ୍କାରେ ବ୍ୟୟ ଅଟକଳ କରାଯାଇଛି। ଅଦ୍ୟାବଧି କାର୍ଯ୍ୟ ଶେଷ ହେବାକୁ ୬ମାସ ବାକି ଥିବା ବେଳେ ଠିକାଦାର ଆଶୀର୍ବାଦ କନ୍‌ଷ୍ଟ୍ରକଶନ ୨୭ ପିଲର ମଧ୍ୟରେ ମାତ୍ର ୧୬ଟି ପିଲର ଗ୍ରାଉଣ୍ଡ ଲେଭଲଠାରୁ ଆରମ୍ଭ କରିଛି। ଅନ୍ୟ ୧୧ଟି ପିଲର କାମ ଆଦୌ ଆରମ୍ଭ ହୋଇନାହିଁ। ଏହି ଆର୍‌ଓବି ଲାଗି ବେସରକାରୀ ଜମି ଅଧିଗ୍ରହଣ ହେବାକୁ ନ ଥିବାବେଳେ ପୋଲ ନିର୍ମାଣ ଲାଗି ପୁନଃ ଆର୍ଥତ୍କ ନିର୍ଦ୍ଧାରଣ ୬୩ କୋଟି ୮୧ଲକ୍ଷ ୪୯୬୦ଟଙ୍କା ଧାର୍ଯ୍ୟ ହୋଇଛି। ଗୋଟିଏ ପିଲରୁ ଅନ୍ୟ ଏକ ପିଲର ମଧ୍ୟରେ ଥିବା ସ୍ଲାବରେ ୫ଟି ବିମ୍‌ସ୍‌ ଦିଆଯାଇ ଅତ୍ୟାଧୁନିକ ଯନ୍ତ୍ର ମାଧ୍ୟମରେ ତାହା ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅଦ୍ୟାବଧି କାର୍ଯ୍ୟର ପ୍ରଗତି ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି ଓପିଟିସିଏଲ୍‌ର ଏକ ଟାୱାର ଲାଇନ୍‌ ପ୍ରତିବନ୍ଧକ ସୃଷ୍ଟି ମଧ୍ୟ କରୁଛି। ଏହାକୁ ଅପସାରଣ ଲାଗି ୨କୋଟି ୧ଲକ୍ଷ ୬୮ହଜାର ଟଙ୍କାର ଅନ୍ୟ ଏକ ଟେଣ୍ଡର ହୋଇଥିବା ଜଣାଯାଇଛି। ଏବେ ଠିକାଦାର କାର୍ଯ୍ୟକୁ ୩୦ା୬ା୨୦୨୧ରେ ଶେଷ କରିବା ପାଇଁ ସରକାରଙ୍କୁ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri