ମନ୍ତ୍ରୀ ସୁଶାନ୍ତଙ୍କ ବିରୋଧରେ ଭାଜପାର ଅଭିଯୋଗ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟ ଭାଜପା ପକ୍ଷରୁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି। ଶନିବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମନ୍ତ୍ରୀ ସିଂ ବରଗଡ଼ର ୯ଜଣ ଜିଲା ପରିଷଦ ସଭ୍ୟଙ୍କୁ ବିଜେଡିକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ବରଗଡ଼ ପିଡି ଡିଆର୍‌ଡିଏ ଜିଲା ପରିଷଦ ଅଧ୍ୟକ୍ଷଙ୍କୁ ସହଯୋଗ କରୁନାହାନ୍ତି। ପୂର୍ବରୁ ମୟୂରଭଞ୍ଜରେ ବି ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଫେରି ଆସିଥିଲେ। ବାହୁବଳ ଓ ପ୍ରଶାସନିକ ବଳକୁ ବ୍ୟବହାର କଲେ ମଧ୍ୟ ସେମାନେ ସଫଳ ହେବେ ନାହିଁ ବୋଲି ପୃଥ୍ବୀରାଜ କହିଛନ୍ତି।