ମନେପଡ଼େ କଳାବେଠିଆଙ୍କ ସେବା

ପୁରୀ ଅଫିସ,୧୯।୪: ଶାସ୍ତ୍ରରେ ରହିଛି ରଥେ ତୁ ବାମନଂ ଦୃଷ୍ଟ୍ବା, ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଥାତ୍‌ ରଥ ଉପରେ ମହାପ୍ରଭୁଙ୍କୁ ବାମନ ରୂପରେ ଦର୍ଶନ କଲେ ପୁନଜନ୍ମ ହୋଇ ନ ଥାଏ। ଏହି ଆସ୍ଥା ଓ ବିଶ୍ୱାସରେ କ’ଣ ଏଥର ଘଟିବ ବ୍ୟତିକ୍ରମ। ସତରେ କ’ଣ ବଡ଼ଦାଣ୍ଡରେ ଗଡ଼ିବନି ରଥ? ରଥ ଉପରେ କାଳିଆ ଠାକୁରଙ୍କୁ ଭକ୍ତ ଦେଖିପାରିବେ ନାହିଁ? ପବିତ୍ର ଶରଧାବାଲିରେ କ’ଣ ଭକ୍ତ-ଭଗବାନଙ୍କ ହେବନାହିଁ ମହାମିଳନ? ଏମିତି ଅନେକ ପ୍ରଶ୍ନ ଏବେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଉଙ୍କି ମାରୁଛି। କରୋନାର ଭୟାବହତାକୁ ଦେଖି ରଥଯାତ୍ରା ଆୟୋଜନକୁ ନେଇ ସମସ୍ତେ ଆଶା ଆଶଙ୍କା ରହିଛନ୍ତି। ସେପଟେ ସରକାରଙ୍କ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନ ଥିବାବେଳେ ଦରକାର ପଡ଼ିଲେ ବିନା ଭକ୍ତରେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡ଼ିପାରିବ। ଠିକଣା ସମୟକୁ କରୋନାର ପ୍ରଭାବ ଯଦି ସୁଧୁରି ନ ଥାଏ ତେବେ ସେବାୟତ, ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ରଥଯାତ୍ରା ହୋଇପାରିବ ବୋଲି ଆଲୋଚନା ହେଉଛି। ଠିକ୍‌ ଏହି ସମୟରେ ଅନେକ କଳାବେଠିଆଙ୍କୁ ମନେ ପକାଉଛନ୍ତି। ପୂର୍ବରୁ ଯେପରି କଳାବେଠିଆମାନେ ମହାପ୍ରଭୁଙ୍କ ରଥ ଟାଣୁଥିଲେ ଚଳିତବର୍ଷ ସେମାନଙ୍କୁ ତାଙ୍କ ପୁରୁଣା ସେବାରେ ଦେଖିବାକୁ ମିଳିବ କି ବୋଲି ଚର୍ଚ୍ଚା ହେଉଛି।

କଳାବେଠିଆ କିଏ, କାହିଁକି ରଥଟଣା ସମୟରେ ସେମାନଙ୍କୁ ଦେଖିବାକୁ ମିଳୁନାହିଁ ଅନେକଙ୍କ ମନରେ ଏମିତି ପ୍ରଶ୍ନ ଉଠିବା ସ୍ବାଭାବିକ। ଏସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ମହାପ୍ରଭୁଙ୍କ ବିଲୁପ୍ତ କେତେକ ସେବା ମଧ୍ୟରୁ କଳାବେଠିଆ ଅନ୍ୟତମ। ପୂର୍ବରୁ ରଥା ଯାତ୍ରାରେ ଆଗ ଲୋଡ଼ା ହେଉଥିଲେ କଳାବେଠିଆ। ସେତେବେଳେ ବାଲି, କାଦୁଅ ବଡ଼ଦାଣ୍ଡରେ ରଥ ଚକ ଦବିଯାଉଥିଲା। ଫଳରେ ରଥ ଗଡ଼ିବା ସମ୍ଭବ ହେଉ ନ ଥିଲା। ଏପରି କି ବର୍ଷେ ବର୍ଷେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ବା ଲାଗି ୨/୩ ଦିନ ଲାଗିଯାଉଥିଲା। ଭକ୍ତ ଓ ସେବକଙ୍କ ପକ୍ଷେ ରଥ ଟାଣିବା ସମ୍ଭବ ନ ଥିଲା। ତେଣୁ ଏହି କାର୍ଯ୍ୟ ସମ୍ପାଦନ ଲାଗି ଆସୁଥିଲେ କଳାବେଠିଆ। ମାଗଣାରେ ଯେହେତୁ ସେମାନେ କଳାଠାକୁରଙ୍କ ପାଇଁ ବେଠି ଖଟୁଥିବାରୁ ସେମାନଙ୍କୁ କଳାବେଠିଆ ଆଖ୍ୟା ଦିଆଯାଇଛି। ରଥଯାତ୍ରାରେ ଏମାନଙ୍କ ଭୂମିକା ଥିଲା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଗୁଣ୍ଡିଚା ଯାତ୍ରା, ଦକ୍ଷିଣମୋଡ଼, ବାହୁଡା ଯାତ୍ରାରେ କଳାବେଠିଆମାନେ ରଥ ଟାଣିଥାନ୍ତି ଏବଂ ରଥ ପଛରେ ରହି ଠେଲିଥାନ୍ତି। ହେଲେ ଏବେ ଆଉ ସେ ସ୍ଥିତି ନାହିଁ। ସମୟ ପରିବର୍ତ୍ତନ ହୋଇଛି। ବାଲି, କାଦୁଅ ହଟି ବଡ଼ଦାଣ୍ଡ ଏବେ ପକ୍କା ସଡ଼କରେ ପରିଣତ ହୋଇଛି। ଗମନାଗମନ ବ୍ୟବସ୍ଥାର ଉନ୍ନତି ଯୋଗୁ ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେଣୁ ଭକ୍ତମାନେ ରଥକୁ ସହଜରେ ଟାଣି ନେଉଥିବାରୁ କଳାବେଠିଆଙ୍କ ଆବଶ୍ୟକ ଆଉ ପଡ଼ୁନାହିଁ। ସେମାନେ ଧୀରେ ଧୀରେ ଅଲୋଡ଼ା ହୋଇଗଲେ। ସେମାନଙ୍କୁ ଗଜପତି ଯେଉଁ ଯେଉଁ ଅଞ୍ଚଳରେ ଜମି ଖଞ୍ଜା ଦେଇଥିଲେ ସେହି ଅଞ୍ଚଳରେ ଚାଷବାସ କରି ରହିଗଲେ। ପୁରୀ ଜିଲାର କାକଟପୁର, ନିମାପଡ଼ା, କୋଣାର୍କ, ଡେଲାଙ୍ଗ, କଣାସ ଓ ବ୍ରହ୍ମଗିରିର ବିଭିନ୍ନ ଗ୍ରାମାଞ୍ଚଳରେ କଳାବେଠିଆ ପରିବାର ରହୁଛନ୍ତି।
ହେଲେ ଚଳିତବର୍ଷ କରୋନା ଟାଣିଛି ଲକ୍ଷ୍ମଣରେଖା। ସିଂହଦ୍ୱାର ଡେଇଁପାରୁ ନାହାନ୍ତି ଭକ୍ତ। ଗତମାସ ୨୦ତାରିଖରୁ ବଡ଼ଦେଉଳରେ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସେହିପରି କରୋନା ପାଇଁ ସରକାର ରୁକୁଣା ରଥଯାତ୍ରା ବନ୍ଦ କରିଥିବାରୁ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ସନ୍ଦେହ ବଢିଛି। ଜୁନ୍‌ ୨୩ରେ ରଥଯାତ୍ରା। ଯଦିଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ଲାଗି ପ୍ରକ୍ରିୟା ଜାରି ରହିଛି କିନ୍ତୁ ରଥଯାତ୍ରା ହେବା ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। ରଥଯାତ୍ରାରେ ୫ରୁ ୧୦ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ, ତେଣୁ ଏତେ ସଂଖ୍ୟକ ଲୋକଙ୍କ ସମାଗମକୁ ଅନୁମତି ଦିଆଯାଇ ପାରିବ କି ? ଠିକଣା ସମୟକୁ ସ୍ଥିତି ସୁଧୁରିଯାଇଥିଲେ କଳାଠାକୁର ନିଶ୍ଚିତ ବଡ଼ଦାଣ୍ଡକୁ ଓହ୍ଲାଇବେ ବୋଲି ବିଶ୍ୱାସ ରଖିଛନ୍ତି ଭକ୍ତ। ସେହିପରି ଯଦି କରୋନାର ସ୍ଥିତି ଆୟତ୍ତରେ ନ ଥାଏ ତେବେ ବିନା ଭକ୍ତରେ ରଥଯାତ୍ରା ହୋଇପାରିବ। ବାହାରୁ କୌଣସି ଭକ୍ତ ନ ଆସି ସେବାୟତ, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଯଥା ସମ୍ଭବ ସାମାଜିକ ଦୂରତ୍ୱ ରକ୍ଷା କରି ରଥଯାତ୍ରା ସମ୍ପନ୍ନ କରାଯାଇପାରିବ। ଏଭଳିସ୍ଥଳେ ରଥଟାଣିବା ପାଇଁ କଳାବେଠିଆଙ୍କୁ ମଧ୍ୟ ଡକାଯାଇପାରେ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି। ଏସମ୍ପର୍କରେ ଅତିବଡ଼ୀଜଗନ୍ନାଥ ଦାସଙ୍କ ଗଁା କପିଳେଶ୍ୱରପୁର ତୃତୀୟ ଶର ପ୍ରସନ୍ନ ଜେନା କୁହନ୍ତି, ଆମ ପୂର୍ବପୁରୁଷମାନେ କଳାବେଠିଆ ସେବା କରିଆସୁଥିଲେ। ସରକାରଙ୍କ ହାତକୁ ମନ୍ଦିର ଚାଲିଯିବା ପରେ ଏହା ବନ୍ଦ ହୋଇଯାଇଛି। ଏବେ ଯଦି ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ମିଳେ ତାହା ଆମ ପାଇଁ ଗର୍ବର କଥା। ଆମକୁ ଯଦି ଡକାଯାଏ ନିଶ୍ଚିତ ଆମେ ରଥଟଣାରେ ସାମିଲ ହେବୁ ବୋଲି ପ୍ରସନ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri