Posted inଫୁରସତ

ମନୁଷ୍ୟକୃତ ଇନ୍ଦ୍ରଧନୁ

ଇନ୍ଦ୍ରଧନୁ ପ୍ରକୃତିର ଏକ ଅପରୂପ ଦୃଶ୍ୟ। ଖୋଲା ଆକାଶରେ ସପ୍ତରଙ୍ଗର ଏହି ଦୃଶ୍ୟ ଦେଖିବାକୁ କାହାକୁ ବା ଭଲ ନ ଲାଗେ। ତେବେ ଇନ୍ଦ୍ରଧନୁକୁ ଚାରିକାନ୍ଥ ଭିତରେ ମନୁଷ୍ୟକୃତ ଭାବେ ସୃଷ୍ଟିକରି ଜଣେ କଳାକାର ସାଉଁଟିଛନ୍ତି ଅନେକ ପ୍ରଶଂସା। ମେକ୍ସିକୋ ଜନ୍ମିତ ଗାବ୍ରିଏଲ ଦାବେ ନାମକ ଏହି କଳାକାର ନିଜ ସୃଜନାତ୍ମକ କଳାକୃତି ଲାଗି ବେଶ୍‌ ଚର୍ଚ୍ଚାରେ ଥା’ନ୍ତି। ଓହିଓଠାରେ ଥିବା ଗ୍ରେଟ ଗ୍ୟାଲେରି ଅଫ୍‌ ଟୋଲେଡୋ ମ୍ୟୁଜିୟମ୍‌ ଅଫ୍‌ ଆର୍ଟଠାରେ ସେ ଏମ୍ବ୍ରୋଡରୀ ସୂତାକୁ ବ୍ୟବହାର କରି ସୃଷ୍ଟି କରିଛନ୍ତି ଏଭଳି ଏକ କଳାକୃତି, ଯାହା ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରିଥାଏ। ଗାବ୍ରିଏଲ ହଜାରେ ପ୍ରକାର ସାଧାରଣ ରଙ୍ଗିନ ଏମ୍ବ୍ରୋଡରୀ ସୂତାକୁ ଘରର ଛାତରୁ ଚଟାଣ ଯାଏ ପୁଣି ଚଟାଣରୁ ଛାତ ଯାଏ ବାରମ୍ବାର ଗୁଡାଇ ଏହି ପ୍ୟାଟର୍ନ ପ୍ରସ୍ତୁତ କରିଥିଲେ, ଯାହା ଇନ୍ଦ୍ରଧନୁର ଏକ କଳାତ୍ମକ ଦୃଶ୍ୟ ଭଳି ପ୍ରତୀୟମାନ ହେଲା। ଏହି କଳାକୃତି ସମ୍ପର୍କରେ ଗାବ୍ରିଏଲ କୁହନ୍ତି, ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ଥିବା ଦୃଢ ସମ୍ପର୍କକୁ ଦର୍ଶାଇବାକୁ ଯାଇ ସେ ଏଭଳି ଏକ କଳାକୃତି ନିର୍ମାଣ କରିବା କଥା ଚିନ୍ତା କରିଥିଲେ। ପ୍ଲେକ୍‌ସସ୍‌ ଏ-୧ ନାମକ ଏହି କଳାକୃତି ପ୍ରସ୍ତୁତ କରିବା ଲାଗି ଗାବ୍ରିଏଲଙ୍କୁ ୧୦ ଦିନ ସମୟ ଲାଗିଥିଲା ଏବଂ ଏଥିରେ ୬୦ ମାଇଲ ସୂତା ବ୍ୟବହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri