Categories: ଖେଳ

ମନଦୀପ ସିଂଙ୍କ ୧୫୦ତମ ମ୍ୟାଚ

ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ମଙ୍ଗଳବାର ବେଲଜିୟମ ବିପକ୍ଷରେ କ୍ୟାରିୟରର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ମନଦୀପ ସିଂ। ମ୍ୟାଚ ପୂର୍ବରୁ କୋଚ୍‌ ଗ୍ରାହାମ ରିଡ୍‌ ତାଙ୍କୁ ୧୫୦ ନମ୍ବର ଲେଖାଥିବା ଜର୍ସି ପ୍ରଦାନ କରିଥିଲେ। ପଞ୍ଜାବ ଜଳନ୍ଧରର ମନଦୀପ ୨୦୧୩ରେ ନୂଆଦିଲ୍ଲୀଠାରେ ହକି ଓ୍ବାଲର୍‌ଡ ଲିଗ୍‌ ରାଉଣ୍ଡ-୨ ଅବସରରେ ଜାତୀୟ ସିନିୟର ଦଳ ପକ୍ଷରୁ ପଦାର୍ପଣ କରିଥିଲେ। ହକି ଇଣ୍ଡିଆ ଲିଗ୍‌ର ପ୍ରଥମ ସଂସ୍କରଣରେ ଚମତ୍କାର ପ୍ରଦର୍ଶନ ଯୋଗୁ ସେ ଭାରତୀୟ ହକି ଦଳର ଫରଓ୍ବାର୍ଡ ଲାଇନ୍‌ରେ ସ୍ଥାନ ପାଇଥିଲେ। ୨୪ ବର୍ଷୀୟ ମନଦୀପ ୨୦୧୬ରେ ଲଣ୍ଡନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ, ୨୦୧୮ରେ ବ୍ରେଡାଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ, ସେହିବର୍ଷ ଏସିଆନ ଗେମ୍ସରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ୨୦୧୬ରେ ଜୁନିୟର ହକି ବିଶ୍ୱକପ ବିଜୟୀ ଭାରତୀୟ ଦଳର ସେ ଜଣେ ପ୍ରମୁଖ ସଦସ୍ୟ ଥିଲେ।

Share