ମଧ୍ୟାହ୍ନଭୋଜନ ଚାଉଳ ଚୋରି ଅଭିଯୋଗ

ରେମୁଣା, ୯।୮(ଡି.ଏନ.ଏ.)-ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନଭୋଜନ ପାଇଁ ଯୋଗାଇ ଦିଆଯାଉଥିବା ୫୦ କିଲୋ ଚାଉଳ ବ୍ୟାଗ୍‌ରୁ ୫ରୁ ୧୦ କିଲୋ ପର୍ଯ୍ୟନ୍ତ ଯୋଗାଣକାରୀ ସଂସ୍ଥା ଦ୍ୱାରା ହେରଫେର ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା। ଗୁରୁବାର ବାଲେଶ୍ୱର ଜିଲା ରେମୁଣା ଥାନା ମନ୍ଦାରପୁର ସେବାଶ୍ରମର ମଧ୍ୟାହ୍ନଭୋଜନ ଚୋରି ହେଉଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୋଫିଆ ଗାନ୍ଧୀ ରେମୁଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସେବାଶ୍ରମକୁ ମଧ୍ୟାହ୍ନଭୋଜନ ପାଇଁ ଆସୁଥିବା ପ୍ରତ୍ୟେକ ଚାଉଳ ବ୍ୟାଗ୍‌ରେ ୬ରୁ ୭ କେଜି କମ୍‌ ଥିବାର ଦେଖି ବିଦ୍ୟାଳୟର ଶିକ୍ଷକମାନେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ଉକ୍ତ ସମ୍ପର୍କରେ ଚାଉଳ ନେଇ ଆସିଥିବା ଯୁବକଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଏନେଇ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଆଇନର ଆଶ୍ରୟ ନେଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଅଭିଭାବକମାନେ ସେବାଶ୍ରମରେ ପହଞ୍ଚତ୍ ପ୍ରଧାନଶିକ୍ଷୟିତ୍ରୀଙ୍କୁ ସହଯୋଗ କରିଥିଲେ। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲା ଯୋଗାଣ ଓ ଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଶିକ୍ଷକ ନାହଁି ନ ଥିବା ହଇରାଣ ହେଉଛନ୍ତି।