ମଦ ରନ୍ଧାବେଳେ ପୋଲିସର ଚଢାଉ

ଶଙ୍କରାଖୋଲ,୧୬ା୬(ଡି.ଏନ୍‌.ଏ.)- ଟିକାବାଲି ଥାନା ଅଞ୍ଚଳ ବାଞ୍ଜାମାହା ଗ୍ରାମ ସଂଲଗ୍ନ ଜଙ୍ଗଲରେ ମଙ୍ଗଳବାର ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚଢାଉ କରିଥିଲା। ଜଙ୍ଗଲରେ ଥିବା ଏକ ନାଳ ନିକଟରେ ଦେଶୀ ମହୁଲି ମଦ ରନ୍ଧାଯାଉଥିବାବେଳେ ପୋଲିସକୁ ଦେଖି ମଦ ରନ୍ଧାଳୀ ଖସି ପଳାଇଥିଲେ। ପୋଲିସ ୨୦୦ ଲିଟର ପୋଚ ନଷ୍ଟ କରିବା ସହ ମଦ ରନ୍ଧା ସରଞ୍ଜାମ ଜବତ କରିଥିଲା।