ମଦ ବିରୋଧରେ ମହିଳା ଗୋଷ୍ଠୀ ଥାନାର ଦ୍ୱାରସ୍ଥ

ବଙ୍ଗୋମୁଣ୍ଡା, ୧୫ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କଁସିଲ ଗଁ।ରେ ଚାଲିଛି ଅବାଧ ମଦ କାରବାର। ଏ ନେଇ ବିଭିନ୍ନ ସମୟରେ ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହିକ୍ରମରେ ବୁଧବାର ଗଁ।ର ମହିଳା ଗୋଷ୍ଠୀ ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ଏକ ଦାବିପତ୍ର ଥାନାଧିକାରିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଗଁ।ରେ ପ୍ରଚୁର ମଦ ବିକ୍ରି ହେଉଥିବାରୁ ଗରୀବ ଶ୍ରେଣୀର ଲୋକେ ବିଶେଷ କରି ଯୁବଗୋଷ୍ଠୀ ମଦ୍ୟପାନ କରି ଭୁଲ ରାସ୍ତାରେ ଯାଉଛନ୍ତି। ଏଥିପାଇଁ ଗଁ।ରେ ନାନାଦି ସମସ୍ୟା ଲାଗି ରହୁଛି। ଘରେ ଘରେ ଅଶାନ୍ତିକର ବାତାବରଣ ସୃଷ୍ଟି ହେଉଛି। ଲୋକଙ୍କର ଆର୍ଥିକ ସ୍ଥିତି ବିଗିଡି ଗଲାଣି। ଦାରିଦ୍ର୍ୟ ଯୋଗୁ ପିଲାଙ୍କ ପାଠପଢା ଗୁରୁତରଭାବେ ବାଧାପ୍ରାପ୍ତ ହେଉଛି। ଅନ୍ୟପକ୍ଷରେ ସବୁବେଳେ ରାସ୍ତାଘାଟରେ ମଦ୍ୟପଙ୍କ ଆଚରଣ ଓ ଉଚାରଣ ମହିଳାଙ୍କଠାରୁ ଆରମ୍ଭ କରି କୁନି କୁନି ପିଲାଙ୍କ ଉପରେ ପଡୁଛି। ଏଣୁ ଗଁ।ରେ ସମ୍ପୂର୍ଣ୍ଣ ମଦବିକ୍ରି ବନ୍ଦ କରିବା ପାଇଁ ସ୍ମାରକପତ୍ରରେ ଉଲ୍ଳେଖ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ଲକ୍ଷ୍ମୀ ଏସ୍‌ଏଚଜି, ରାଧିକା ଏସ୍‌ଏସ୍‌ଜି, ମାତୃଦୃଷ୍ଟି ଏସ୍‌ଏସ୍‌ଜି, ମା’ ମଙ୍ଗଳା ଏସ୍‌ଏସ୍‌ଜି, ମା’ ସନ୍ତୋଷୀ ପ୍ରଭୃତି ଗଁାର ଏସ୍‌ଏଚ୍‌ଜିର ସଭାନେତ୍ରୀ ଓ ସମ୍ପାଦକଙ୍କ ସମେତ ସଭ୍ୟାସଭ୍ୟ ଉପସ୍ଥିତ ଥିଲେ।