ମଦ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଖଇରା,୨୪।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ କଇଥଗଡିଆ ଗ୍ରାମରେ ଦେଶୀମଦ କାରବାର ଦିନକୁ ଦିନ ବଢି ଚାଲିଛି। ସରପଞ୍ଚ ଗୋବର୍ଦ୍ଧନ ପାଇକରାୟ, ପୂର୍ବତନ ସରପଞ୍ଚ ବଳରାମ ନାଇକ, ନାଗା ଜେନା ଓ ସୁଶାନ୍ତ ବାରିକଙ୍କ ନେତୃତ୍ୱରେ ଗ୍ରାମବାସୀ ଏହାକୁ କିଭଳି ରୋକାଯାଇପାରିବ ସେଥିପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି ା ବୁଧବାର ଶାଳଗଡିଆ ଗ୍ରାମର ଦିପୁ ନାଇକ ଓ ରାଜ ନାଇକ ଏକ ବ୍ୟାରେଲରେ ୫୦ଲିଟରରୁ ଊର୍ଦ୍ଧ୍ୱ ମଦ ନେଇ ପାହାଡ ରାସ୍ତାରେ ଲୁଚି ଲୁଚି ଯାଉଥିଲେ। ଗ୍ରାମବାସୀ ଖବର ପାଇ ମଦ ସହ ୨ ଚୋରା ବେପାରୀଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ। ଖଇରା ପୋଲିସ ଉପରୋକ୍ତ ବ୍ୟକ୍ତିଙ୍କ ନାମରେ ଏକ ମାମଲା(ନଂ.୮୧/୪) ରୁଜୁ କରି ଗୁରୁବାର କୋର୍ଟଚାଲାଣ କରିଛି।