ମଦମୃତ୍ୟୁ ଘଟଣାର ତଦନ୍ତରେ ଶିଥିଳତା: ୧୯ରେ ଥାନା ଘେରିବ ଭାଜପା

ତିହିଡ଼ି, ୧୪।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପୀରହାଟ ଅଞ୍ଚଳରେ ମଦମୃତ୍ୟୁ ଭଳି ଏକ ସ୍ପର୍ଶକାତର ଘଟଣାର ତଦନ୍ତରେ ଶିଥିଳତା ଦେଖାଦେଇଛି। ଏହାକୁ ନେଇ ଭାଜପା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆସନ୍ତା ୧୯ ତାରିଖରେ ତିହିଡ଼ି ଥାନା ଘେରାଉ କରାଯିବ ବୋଲି ତିହିଡ଼ି ମନ୍ଦୋଦରୀ କଲ୍ୟାଣ ମଣ୍ଡପରେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଭାଜପା ପକ୍ଷରୁ ସୂଚନା ଦିଆଯାଇଛି।
ଧାମନଗର ବିଧାୟକ ବିଷ୍ଣୁ ସେଠୀ ଏଥିରେ ଯୋଗଦେଇ କହିଥିଲେ, ମଦମୃତ୍ୟୁ ଘଟଣାରେ ଶାସକ ଦଳର ପ୍ରଚ୍ଛନ୍ନ ହାତ ରହିଛି। ଏପରିକି ଜଣେ ବିଧାୟକଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ଭାଜପା ପକ୍ଷରୁ ତିହିଡ଼ି ଥାନା ଓ ପୀରହାଟ ଫାଣ୍ଡିରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଘଟଣାର ଆର୍‌ଡିସିସ୍ତରୀୟ ତଦନ୍ତ ଚାଲିଛି ବୋଲି ଶୁଣାଯାଉଥିଲେ ମଧ୍ୟ ତଦନ୍ତ କେଉଁଠି ହେଉଛି ତାହା ଜଣାପଡୁନାହିଁ ବୋଲି ସେ କହିଥିଲେ। ମଦମୃତ୍ୟୁ ଯୋଗୁ ସ୍ବାମୀ ହରାଇଥିବା ମହିଳା ଓ ବାପା ହରାଇଥିବା ପିଲାଙ୍କୁ ନ୍ୟାୟ ମିଳିବା ଜରୁରୀ। ପୋଲିସ ସାଧାରଣ ଘଟଣାରେ ଲୋକଙ୍କୁ ଗିରଫ କରୁଥିବା ବେଳେ ଏଭଳି ସମ୍ବେଦନଶୀଳ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି। କେତେକ ସାଧାରଣ ଲୋକଙ୍କୁ ଗିରଫ କରି ପୋଲିସ ଚୁପ୍‌ ହୋଇ ବସିଥିବା ବେଳେ ମଦ ଆଣିଥିବା ଓ ବଣ୍ଟନ କରିଥିବା ଲୋକଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ପୋଲିସର କାର୍ଯ୍ୟକଳାପକୁ ସନ୍ଦେହଘେରକୁ ଆଣିଛି। ପୀରହାଟ ପରି ବୟାଙ୍ଗ ଅଞ୍ଚଳରେ ପାନୀୟଜଳର କ୍ଳୀଷ୍ଟତା ଥିବାବେଳେ ମଦର ଅଭାବ ନାହିଁ ବୋଲି ବିଧାୟକ ସେଠୀ କହିଥିଲେ। ଜିଲା ଉପସଭାପତି ଦୁର୍ଗାଚରଣ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରଘୁନାଥ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ, ମଣ୍ଡଳ ସଭାପତି ଶଶିକାନ୍ତ ବିଶ୍ୱାଳ, ଉମାକାନ୍ତ ଦାସ, ସୁଧାଂଶୁ ଶେଖର ପାଣିଗ୍ରାହୀ ଓ ପ୍ରଦୀପ ବଳ, ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା, ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ, ସୀତାକାନ୍ତ ନାୟକ, ଶ୍ରୀଧର ନାଥ, ମଙ୍ଗରାଜ ନାୟକ, ରାଜକିଶୋର ନାୟକ, ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri