ମଦମୁକ୍ତ ଅଞ୍ଚଳ ଦାବିରେ ମହିଳାଙ୍କ ପଦଯାତ୍ରା

ରେମୁଣା, ୩୦।୧୦(ଡି.ଏନ.ଏ.)-ରେମୁଣା ଥାନା ଅଧୀନ କଲ୍ୟାଣପୁର ପଞ୍ଚାୟତରେ ଦେଶୀମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଘରର ପୁରୁଷମାନେ ମଦ୍ୟପାନ କରି ନାନା ବିଶୃଙ୍ଖଳା ଘଟାଉଥିବାରୁ ଏଥିରେ ଅତିଷ୍ଠ ହୋଇ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ଦାବିରେ ପୋଲିସର ସହାୟତା ଲୋଡ଼ି ମଙ୍ଗଳବାର ଶହ ଶହ ସଂଖ୍ୟାରେ ମହିଳା ଓ ଯୁବତୀ ପଞ୍ଚାୟତ ପରିକ୍ରମା କରିଛନ୍ତି। ସେମାନେ ପଦଯାତ୍ରା କରି ମଦ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହି ପଦଯାତ୍ରାରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ସାଧାରଣ ଗୃହିଣୀ ଅଂଶଗ୍ରହଣ କରିଥିଲେ। ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପ୍ରତି ସରକାର କଠୋର କାଯର୍‌ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ। ଏଥିରେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସମିତିସଭ୍ୟ ଅଶୋକ ରାଉତ, ଯୁବନେତା ବଣୁଆ ସାହୁ, ସ୍ବୟଂ ସହାୟିକା ଗୋଷ୍ଠୀ ମହାସଂଘ ସଭାନେତ୍ରୀ ବାସନ୍ତୀ ପାକଳ ପ୍ରମୁଖ ନେତୃତ୍ୱ ନେଇଥିଲେ। ଗାଙ୍ଗପୁରାଠାରୁ ପଦଯାତ୍ରା ଆରମ୍ଭ ହୋଇ ଶ୍ରୀରାମପୁର, ଗୁଣୁଦା, ତାଳମେଢ଼ୀ, ପାଳସିଆ, କଲ୍ୟାଣପୁର, ଆଳଦା, ମାକନ୍ଦା ଗଁା ପରିକ୍ରମା କରି ହଳଦିଆଠାରେ ଶେଷ ହୋଇଥିଲା। ଏଥିରେ ବନମାଳୀ ପରିଡ଼ା, ନରେନ୍ଦ୍ର ସାହୁ, ସରୋଜିନୀ ବାରିକ, ସୁକାନ୍ତି ମାଝି, ରେବତୀ ମହାନ୍ତି, ଜୟଶ୍ରୀ ଦାସ, କବିତା ବିଶ୍ୱାଳ, ମନିତୀ ପ୍ରଧାନ, ଯଶୋକ ମଞ୍ଜରୀ ନାଥ, ନମିତା ମହାଳିକ, ଗୋମତି ବାରିକ, ସୁଶାନ୍ତ ନାଟୁଆ ପ୍ରମୁଖ ମଦ ବିରୋଧୀ ବକ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri