ମଦଭାଟି ଉପରେ ଚଢାଉ: ୪ ମହିଳାଙ୍କ ସମେତ ୯ ଗିରଫ

ଦାରିଙ୍ଗବାଡି,୨୪।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡ଼ି ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୧୫ ଲିଟର ଦେଶୀ ଚୋରାମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ୪ ମହିଳା ଓ ୫ ପୁରୁଷଙ୍କୁ ଗିରଫ କରାଯାଇଥିବା ଉଭୟ ଥାନା ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଯେ, ଦାରିଙ୍ଗବାଡ଼ି ଆଇଆଇସି ଅଲେଖ ଗରଡ଼ିଆଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଆର.ଭିମୋରାଓ ରେଡ୍ଡୀ ସଦଳବଳ ପାଙ୍ଗାଲି ଜଙ୍ଗଲରେ ଚାଲିଥିବା ଏକ ମଦଭାଟି ଉପରେ ଚଢାଉ କରିଥିଲେ। ସେଠାରୁ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରିବା ସହ ୬୦ଲିଟର ଦେଶୀ ମଦ ଜବତ କରିଥିଲେ। ଏଥିରେ ସମ୍ପୃକ୍ତ ଅଭିଯୋଗରେ ସନ୍ତୋଷ ବଳିଆର ସିଂ ସମେତ ୨ମହିଳା ନିଳାଦ୍ରୀ ପ୍ରଧାନ ଏବଂ ଅମିତା ପ୍ରଧାନଙ୍କୁ ପୋଲିସ ଗିରଫ କରିଛି। ନଂ.୬୪/୧୯ରେ ମାମଲା ରୁଜୁ କରାଯାଇଛି। ଉକ୍ତ ଥାନା ପର୍ତ୍ତମାହା ଗ୍ରାମରୁ ୩୦ଲିଟର ମଦ ଜବତ କରିବା ସହ ପୋଲିସ ୨ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସଞ୍ଜୀବ ସିଂ ଏବଂ ପ୍ରଦ୍ୟୁମ୍ନ ମଲ୍ଲିକ। ସେମାନଙ୍କ ନାମରେ ନଂ.୬୫/୧୯ରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ୪୫ ଲିଟର ଚୋରା ଦେଶୀମଦ ଜବତ କରାଯିବା ସହ ୨ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମଞ୍ଜୁଳା ନାୟକ, ଯୋଶିପିନା ନାୟକ, ପ୍ରସନ୍ନ ନାୟକ ଏବଂ ବିକ୍ରମ ନାୟକ। ବ୍ରାହ୍ମଣୀଗାଁ ଥାନାରେ ନଂ.୩୮,୩୯,୪୦,୪୧/୧୯ରେ ମାମଲା ରୁଜୁ କରାଯାଇଥିବା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ସୂଚନା ଦେଇଛନ୍ତି।
(((ଫଟୋ—ଜଙ୍ଗଲ ଭିତରେ ଠାବ କରାଯାଇଥିବା ଦେଶୀମଦଭାଟି।